ଭୁବନେଶ୍ବର: ବାତ୍ୟା ‘ଫନି’ ଯେବେ ତାଣ୍ଡବ ରଚି ଓଡ଼ିଶାର କିଛି ଅଞ୍ଚଳକୁ ଛାରଖାର କରିଦେଇଥିଲା, ସେତେବେଳେ ବାତ୍ୟା ବିପନ୍ନଙ୍କ ପାଖରେ ପହଞ୍ଚି ସେବା ଯୋଗାଇଥିଲେ ଅନେକ ସ୍ବେଚ୍ଛାସେବୀ। ଯେବେ ପବନର ଭୟାବହ ରୂପ ଦେଖି ଲୋକେ କବାଟ କିଳି ଭଗବାନଙ୍କ ନିକଟରେ ଗୁହାରି ବାଢ଼ୁଥିଲେ, ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମର କିଛି ସାମ୍ବାଦିକ ଏ ବାତ୍ୟାକୁ ସାମ୍ନା କରି ଲୋକଙ୍କୁ ସଚେତନ କରାଇବା ପାଇଁ ଖବର ସଂଗ୍ରହରେ ମାତିଥିଲେ। ସେମାନଙ୍କର ସେଇ ନିରବଚ୍ଛିନ୍ନ ସେବାକୁ ସମ୍ମାନ ଜଣାଇ ‘ଓଡ଼ିଶା ସମାଜସେବୀ ମହାସଂଘ’ ପକ୍ଷରୁ ସେମାନଙ୍କୁ ‘ଉତ୍କଳ ବୀର ସମ୍ମାନ’ ପ୍ରଦାନ କରାଯାଇଥିଲା।
ଆଜି ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁବାର୍ତା ପତ୍ରିକାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, ବିଶିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମାଜସେବୀ ନମ୍ରତା ଚଢ଼ା, ଶୁଭଶ୍ରୀ ଦାସ, ଟ୍ରାଫିକ୍ ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ବିଭୂତି ଭୂଷଣ କର, ଆଇନଜୀବୀ ଲିଙ୍ଗରାଜ ସାହୁ, ପ୍ରୀତିଛନ୍ଦା ଧଳ ପ୍ରମୁଖଙ୍କ ଉପସ୍ଥିତିରେ ସମ୍ମାନ ପ୍ରଦାନ କରାଯାଇଥିଲା। ୪୦ଜଣ ସ୍ବେଚ୍ଛାସେବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ଅବସରରେ ‘ଉତ୍କଳ ବୀର ସମ୍ମାନ’ ପ୍ରଦାନ କରାଯାଇଥିଲା। ମହାସଂଘର ନିର୍ଦେଶକ ନାରାୟଣ ଓଝା ଓ ଅନ୍ୟ ସ୍ବେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସାଗର ମଂଚ ସଂଚାଳନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp