ଭୁବନେଶ୍ୱର: ଗ୍ଲୋରି ଅଫ୍ ଇଣ୍ଟରନ୍ୟାସ୍ନାଲ ଫାଉଣ୍ଡେସନ୍ ଟ୍ରଷ୍ଟ(ଗିଫ୍ଟ୍୍) ପକ୍ଷରୁ ‘ସୁରକ୍ଷା ସମ୍ମାନ’ ପ୍ରଦାନ ଉତ୍ସବ ରୋଟାରି ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ଶିଶୁ ବିରୋଧୀ ଅପରାଧ: ଘଟଣା ଓ ଆହ୍ଵାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ସଂଗୀତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ସରକାରୀ ଷ୍ଟାଣ୍ଡିଙ୍ଗ୍ ପରିଷଦର ସଭ୍ୟ ରାଜେଶ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସରକାରଙ୍କ ଆଇନ୍ ଉପରେ ମତବ୍ୟକ୍ତ କରିଥିଲେ। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ପୂର୍ବତନ କମିସନର ଡ. କସ୍ତୁରି ମହାପାତ୍ର ଏବଂ ଓଡ଼ିଆ ବିକାଶ ସମିତିର ସାଧାରଣ ସମ୍ପାଦକ ପ୍ରସନ୍ନ ପରିଡା ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଆଇନଜୀବୀ ବିଶେଶ୍ୱରୀ ମହାନ୍ତି, ଦୀପକ କୁମାର ନରେନ୍ଦ୍ର, ସେକ୍ ସାଇନଓ୍ଵାଜ ଇସ୍ଲାମ୍ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଏହି ଅବସରରେ ରେଳ ସୁରକ୍ଷା ବଳର ଉପ ଆୟୁକ୍ତ ବରୁଣ କୁମାର ବେହେରା, ଏସିପି ରବିନ୍ଦ୍ର ନାଥ ଶତପଥୀ, ଲିଙ୍ଗରାଜ ଥାନା ଅଧିକାରୀ ଜନାର୍ଦନ ପାଢ଼ୀ, ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ସନ୍ତୋଷ ଚୌଧୁରୀ, ପ୍ରମୋଦ ପଟ୍ଟନାୟକ, ମ୍ୟାଥ୍ ଓ୍ଵାର୍ଲଡ୍ର ଅଧ୍ୟକ୍ଷ ପସନ୍ନ ଚୌଧୁରୀ, ମାନବାଧିକାର ସୁରକ୍ଷା ସଂଗଠନର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁ, ମାନବ ଅଧିକାର ସଂଗଠକ ଅଭିଜିତ ଦିକ୍ଷୀତ୍, ପଲ୍ଲୀ ଉନ୍ନୟନ ସେବା ସମିତିର ସମ୍ପାଦିକା ସ୍ୱାତୀ ସୁଚରିତା ପାତ୍ର ପ୍ରମୁଖଙ୍କୁ ସୁରକ୍ଷା ସମ୍ମାନ ପ୍ରଦାନ କରାଯାଇଥିଲା। ବିଶ୍ୱଜିତ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଖାରବେଳ ଆୟର ବିବରଣୀ ପାଠ କରିଥିଲେ।
୯ ପ୍ରତିଭାଙ୍କୁ ସୁରକ୍ଷା ସମ୍ମାନ
/sambad/media/post_attachments/wp-content/uploads/2018/07/m40.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)