ଭୁବନେଶ୍ୱର: ସ୍ଥାନୀୟ ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ-୮ରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ ଓ ବାଣିଜ୍ୟ)ରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏତଦ୍ବ୍ୟତୀତ କେଭିପିୱାଇ, ନାଇଜର, ଆଇଜର, ଆଇଆଇଟି, ଏନ୍ଆଇଟି, ଜେଇଇ (ମେନ୍ ଏବଂ ଆଡଭାନ୍ସଡ୍), ଇଂଜିନିୟରିଂ ଆଦି ଜାତୀୟସ୍ତରୀୟ ପରୀକ୍ଷାରେ ର୍ୟାଙ୍କ ଅଧିକାରୀ ମୋଟ ୧୪୭ ଜଣ ଓ ଦଶମ ଶ୍ରେଣୀରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ମୋଟ ୧୩୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ପୁଲିସ ଆଇଜି ପଦ୍ମକର ଏସ୍ ରଣପିସେ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମଦନ ମୋହନ ପଣ୍ଡା, କଳିଙ୍ଗନଗର ଡିଏଭିର ଚେୟାରମ୍ୟାନ ଶରତ ଚନ୍ଦ୍ର ମିଶ୍ର, ଡିଏଭି ସମୂହ ଜୋନ୍-୧ର ଆଞ୍ଚଳିକ ନିର୍ଦ୍ଦେଶକ ଡ. କେ. ସି. ଶତପଥୀ, ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ଭାଗବତୀ ନାୟକ, ମ୍ୟାନେଜର ଡ. ଡିଏନ୍ ମିଶ୍ର ଓ ବିଦ୍ୟାଳୟର ଅଧ୍ୟକ୍ଷା ଇପ୍ସିତା ଦାସ ଉପସ୍ଥିତ ଥିଲେ। ସହ-ସଂଯୋଜିକା ଡ. ମମତା ବାନାର୍ଜୀ ଧନ୍ୟବାଦ ଦେଇଥିଲେ।
ଡିଏଭି ୟୁନିଟ୍-୮ରେ ମେଧାବୀ ସମ୍ବର୍ଧନା ଉତ୍ସବ
/sambad/media/post_attachments/wp-content/uploads/2018/06/DAV-8-Felicitation-8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)