ଭୁବନେଶ୍ବର, : ଆମ୍ବୁଲାନ୍ସର କର୍ମଚାରୀ ହୋଇ ବି ଅନେକ ସମୟରେ ନିଜର ମାନବିକତା ଦେଖାଉଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ନିକଟରେ ମାଲକାନଗିରି ଖଇରପୁଟ ଅଞ୍ଚଳରେ ରକ୍ତ ଦେଇ ଜଣେ ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିବା ସମୀର କୁମାର ତ୍ରିପାଠୀ ଉଦାହରଣ ସୃଷ୍ଟି କରିଛନ୍ତି। ସେହିପରି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଏ କ୍ରିଷ୍ଣା ରାଓ ବି ଗୁରୁତର ରୋଗୀଙ୍କୁ ଏକାଧିକ ଥର ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି। ଏମିତି ବିଭିନ୍ନ ସମୟରେ ନିଜକୁ ସମର୍ପିତ କରିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି। ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ପରିଚାଳନା କରୁଥିବା ଜିକିତ୍ସା ହେଲଥ କେୟାର ଲିମିଟେଡ୍ ହୋଟେଲ୍ ଏଚ୍ଏଚ୍ଆଇରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୭ ଜଣ ଆମ୍ବୁଲାନ୍ସ କର୍ମଚାରୀ ଓ ତିନି ଜଣ କ୍ଲଷ୍ଟର ଲିଡରଙ୍କୁ ପୁରସ୍କୃତ କରିଛି। ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରୁ ଗତବର୍ଷ ଦଶମ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଥିବା ଦଶଜଣ ପିଲାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଜିକିତ୍ସା ହେଲଥ କେୟାର ଲିମିଟେଡ୍ ପକ୍ଷରୁ ସମ୍ପ୍ରତି ଓଡ଼ିଶାର ୩୦ଟି ଜିଲ୍ଲାରେ ୫୧୨ଟି ଆମ୍ବୁଲାନ୍ସ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସ ଜରୁରୀକାଳୀନ ସେବା ପ୍ରଚଳନ କରାଯାଉଛି। ଜିକିତ୍ସା ହେଲଥ କେୟାର ଲିମିଟେଡ୍ର ମାନବ ସମ୍ବଳ ମୁଖ୍ୟ ମନୀଷ କୁମାର, ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ସେବା ପାଇଁ ସମ୍ମାନ: ‘୧୦୮ ଆମ୍ବୁଲାନ୍ସ’ କର୍ମଚାରୀ ପୁରସ୍କୃତ, ପିଲାଙ୍କୁ ବୃତ୍ତି
/sambad/media/post_attachments/wp-content/uploads/2020/02/65sf4h56fsd4h6f5sd4hf654hf65s4h65sfhsfhfshfshfshhffhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)