ବିଜେବି ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେବି ମହାବିଦ୍ୟାଳୟ ଆନୁକୂଲ୍ୟରେ ‘ରାଗିଂ, ମାଦକ‌ଦ୍ରବ୍ୟ ସେବନ ଏବଂ ସାମାଜିକ ଗଣମାଧ୍ୟମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ଶୀର୍ଷକ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇ ବର୍ତ୍ତମାନ ସମାଜରେ ପ୍ରଚଳିତ କୁପ୍ରଥା, ଅସାଧୁତା, ଅମାନୁଷିକ କାର୍ଯ୍ୟବଳୀ ସଂପର୍କରେ ସଚେତନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଉଦ୍‌ଘାଟନ କରିଥିଲେ। ଉପାଧ୍ୟକ୍ଷ ମଧୁବ୍ରତା ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ନୈତିକ କମିଟିର କର୍ମକର୍ତ୍ତା ରେଣୁକା ସାହୁ, ସ‌ରୋଜ ମହାପାତ୍ର, ଜି ଏମ୍ ଖାନ ପ୍ରମୁଖ ପରିଚଳନା କରିଥିଲେ। ଶେଷରେ ବର୍ଷା ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର