ଭୁବନେଶ୍ବର: ଜାତୀୟ ମାନବାଧିକାର ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘ ତରଫରୁ କୋଳଥିଆସ୍ଥିତ ସତ୍ୟସାୟୀ ଏନ୍କ୍ଲେଭ୍ କମ୍ୟୁନିଟି ସେଣ୍ଟରରେ ସମ୍ରାଟ ଖାରବେଳ କ୍ଷୁଦ୍ର ବ୍ୟବସାୟୀ ସଂଘ ଓ ମା’ ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।
ଶିବିରରେ ସ୍ଥାନୀୟ କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ, ସମାଜସେବୀ ଅଶ୍ୱିନୀ ସୁନ୍ଦରାୟ, ସଚ୍ଚିକାନ୍ତ ପ୍ରଧାନ, ମହାସଂଘର ସଭାପତି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶର୍ମିଳା ପଟ୍ଟନାୟକ, ପ୍ରମୋଦ ମହାପାତ୍ର, ଉମାନାଥ ମିଶ୍ର, ମନୋଜ କୁମାର ସ୍ୱାଇଁ, ଧୀରେନ୍ଦ୍ର ସ୍ୱାଇଁ, ମାନସ ମିଶ୍ର, ମନମୋହନ ପଣ୍ଡା, ରଶ୍ମିରଂଜନ ମିଶ୍ର, ସୂର୍ଯ୍ୟକାନ୍ତ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ୨୦୦ଜଣ ମହିଳାଙ୍କୁ ନେଇ ଏକ ମହିଳା ବ୍ୟବସାୟୀ ସଂଗଠନ ଗଠନ କରାଯାଇଛି। ଉକ୍ତ ଶିବିରରେ ମାନବାଧିକାର, ବ୍ୟବସାୟୀ ଅଧିକାର ଓ ଦାୟିତ୍ୱବୋଧ ବିଷୟରେ ଆଲୋଚନା କରାଯାଇଥିଲା।