ଭୁବନେଶ୍ବର: ସ୍ୱପରାୟଣତା (ଅଟିଜିମ୍‌) ରହିଥିବା ଲୋକମାନଙ୍କୁ ସ୍ନାୟବିକ ସମସ୍ୟା କାରଣରୁ ସାମାଜିକ ଭାବବିନିମୟ ଓ ଯୋଗାଯୋଗରେ ଅସୁବିଧା ହେଉଛି। ତେଣୁ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସଚେତନତା ଓ ବିଭିନ୍ନ ପଦକ୍ଷେପର ରୂପାୟନ ଦରକାର ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ‘ବିଶ୍ୱ ଅଟିଜିମ୍‌ ସଚେତନତା ଦିବସ’ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ପକ୍ଷରୁ ଆୟୋଜିତ ଏକ ସଚେତନତା ପଦଯାତ୍ରାକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ପଣ୍ଡା ଏହା କହିଛନ୍ତି।

Advertisment

ଆଜି ସକାଳେ ରାମ ମନ୍ଦିର ଛକଠାରୁ କ୍ୟାପିଟାଲ୍‌ ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିବା ଏହି ପଦଯାତ୍ରାରେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଏମ୍‌ସି ମେୟର ସୁଲୋଚନା ଦାସ ଓ ବିଭାଗୀୟ ଶାସନ ସଚିବ ଭାସ୍କରଜ୍ୟୋତି ଶର୍ମା ଓ ଅନ୍ୟାନ୍ୟ ପଦାଧିକାରୀମାନେ ସାମିଲ ହୋଇଥିଲେ। ପଦଯାତ୍ରାରେ କ୍ୟାଚ୍‌, ଓପନ୍‌ ଲର୍ଣ୍ଣିଂ ସିଷ୍ଟମ୍‌, ଚେତନା ଇନ୍‌ଷ୍ଟିଚ୍ୟୁଟ୍‌, ରାଜ୍ୟ ଭିନ୍ନକ୍ଷମ ସଶକ୍ତୀକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ସ୍ୱପରାୟଣମାନଙ୍କ ସମେତ ସ୍ବେଚ୍ଛାସେବୀ, ଶିକ୍ଷକ ଓ ଅଭିଭାବକମାନେ ଯୋଗ ଦେଇଥିଲେ। ସ୍ୱପରାୟଣ ଛାତ୍ରଛାତ୍ରୀମାନେ ପ୍ଲା-କାର୍ଡ ଧରି ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ।