ବିଏମ୍‌ସିକୁ ଆକ୍ସିସ ବ୍ୟାଙ୍କ ଦେଲା ୧୦ଲକ୍ଷ

ଭୁବନେଶ୍ବର: ଆକ୍ସିସ ବ୍ୟାଙ୍କ ପକ୍ଷରୁ ଆଜି ବିଏମ୍‌ସି ରିଲିଫ ପାଣ୍ଠିକୁ ୧୦ଲକ୍ଷ ଟଙ୍କାର ସହାୟତା ଦିଆଯାଇଛି। ଆକ୍ସିସ ବ୍ୟାଙ୍କର ସଭାପତି (ବ୍ରାଞ୍ଚ ବ୍ୟାଙ୍କିଙ୍ଗ ମୁଖ୍ୟ) ରବି ନାରାୟଣନ ଏବଂ ଭୁବନେଶ୍ବର ସର୍କଲ ହେଡ୍‌ ଅରବିନ୍ଦ ସାହୁ ଆଜି ବିଏମ୍‌ସି କମିସନର ସମର୍ଥ ବର୍ମାଙ୍କୁ ଭେଟି ଏହି ସହାୟତା ପ୍ରଦାନ କରିଛନ୍ତି। ବିଏମ୍‌ସିର ଉପ ଆୟୁକ୍ତ ଶ୍ରୀମନ୍ତ ମିଶ୍ର, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର ପ୍ରମୁଖ ଚେକ୍ ଗ୍ରହଣ କରିଥିଲେ। ହେଲେ ବିଏମ୍‌ସି ଏହି ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେବାକୁ ଯୋଜନା କରୁଛି। ଯାହାକୁ ନେଇ ବିଏମ୍‌ସି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଏମ୍‌ସିରେ ସ୍ବତନ୍ତ୍ର ରିଲିଫ ପାଣ୍ଠି ଥିବାବେଳେ ବିଏମ୍‌ସିକୁ ମିଳୁଥିବା ଅର୍ଥ ରାଜଧାନ‌ୀରେ ହେଉଥିବା ବିଭିନ୍ନ ପୁନରୁଦ୍ଧାର ଏବଂ ସହାୟତା କାର୍ଯ୍ୟରେ ଖର୍ଚ୍ଚ ନକରି କର୍ତୃପକ୍ଷ କାହିଁକି ଏହାକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେବାକୁ ‌ଚାହୁଁଛନ୍ତି ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର