‘ଆମ ସ୍ୱାସ୍ଥ୍ୟରକ୍ଷାରେ ଆୟୁର୍ବେଦର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର : ଡାକ୍ତର କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦର ୪୫ତମ ମାସିକ ଆଲୋଚନାଚକ୍ର ଗତ ମଙ୍ଗଳବାର ଅନୁଷ୍ଠାନର ସଭାପତି ପ୍ରଭାତ କୁମାର ନନ୍ଦଙ୍କ ସଭାପତିତତ୍ୱରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ‘ଆମ ସ୍ୱାସ୍ଥ୍ୟ ରକ୍ଷାରେ ଆୟୁର୍ବେଦର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଭାରତୀୟ ଆୟୁର୍ବେଦ ଗବେଷଣା କେନ୍ଦ୍ର, ଚେନ୍ନାଇର ନିର୍ଦ୍ଦେଶକ ବୈଦ୍ୟଶ୍ରୀ ଗୋପାଳ ଚନ୍ଦ୍ର ନନ୍ଦ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଆମ ଚତୁପାର୍ଶ୍ୱରେ ପ୍ରକୃତି ପ୍ରଦତ ବୃକ୍ଷଲତାକୁ ଉପଯୋଗ କରି ଶରୀରକୁ ସୁସ୍ଥ ଓ ଦୀର୍ଘାୟୁ ରଖି ପାରିବା। ଏଥିପାଇଁ ସଚେତନତା ଲୋଡ଼ା। ମୁଖ୍ୟଅତିଥି ସାହିତ୍ୟିକ ଡ. ସାତକଡ଼ି ହୋତା ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ। ସମ୍ମାନିତ ବକ୍ତା ଭାବେ ପର୍ଶୁରାମ ଦ୍ୱିବେଦୀ , ଶ୍ରୀମନ୍ତ କୁମାର ଦାସ, ଡକ୍ଟର ମିଶ୍ର, ଇଂ ଗଣେଶ ଚନ୍ଦ୍ର ପଣ୍ଡା, ଶୋଭନୀୟ ଶିକ୍ଷାଶ୍ରମର ମମତା ଗୁରୁମା ଓ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଡାକ୍ତର କବି ପ୍ରସାଦ ମିଶ୍ରଙ୍କ ଲୋକପ୍ରିୟ ପୁସ୍ତକ ‘ବାଇଶି ପାହାଚ’ର ଷୋଡ଼ଶ ସଂସ୍କରଣ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସ୍ମୃତି ପରିଷଦର ସଂପାଦକ ଶ୍ରୀ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଦାମୋଦର ସେନାପତି ଓ ଅମିତା ପ୍ରଭା ସ୍ୱାଇଁ ଜଗନ୍ନାଥ ଭଜନ ଗାନ କରିଥିଲେ। ତାରେଶ୍ୱର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର