ବିକେ ଆର୍ଟ କଲେଜରେ ଛାତ୍ର ଅଶାନ୍ତି

ଖଣ୍ଡଗିରି : ସ୍ଥାନୀୟ ବିକେ ଆର୍ଟ କଲେଜରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଆଜି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ବିକ୍ଷୋଭକାରୀ ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିବା ସହ କଲେଜ ମୁଖ୍ୟ ଫାଟକରେ ଧାରଣାରେ ବସିଥିଲେ। ବିଶେଷକରି ଛାତ୍ରାବାସକୁ କାର୍ଯ୍ୟକ୍ଷମ କରିବା, କଲେଜ ପରିସରରେ ପାଇଖାନା, ପାନୀୟ ଜଳ ବ୍ୟବସ୍ଥା ଆଦିରେ ଥିବା ସମସ୍ୟା ପ୍ରତି ଦୃଷ୍ଟି ଦିଆ ଯାଉନଥିବା ଅଭିଯୋଗ କରି ସେମାନେ ଧାରଣାରେ ବସି ରହିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଛାତ୍ରାବାସ ନଥିବା ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀରେ ଆକାଶଛୁଅାଁ ଘର ଭଡ଼ା ପାଇଁ ଅନୁସୂଚିତ ଜାତି ଓ ଜନଜାତିର ଗରିବ ଛାତ୍ରଛାତ୍ରୀମାନେ ବହୁ ହନ୍ତସନ୍ତ ହେଉଛନ୍ତି। ତେଣୁ ତୁରନ୍ତ ଛାତ୍ରାବାସ ନିର୍ମାଣ କରିବା ଦାବି କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ କରିଥିଲେ। ପରେ କଲେଜ କର୍ତୃପକ୍ଷ ସେମାନଙ୍କଠାରୁ ଦାବି ପତ୍ର ଗ୍ରହଣ କରିବା ସହ ଛାତ୍ରାବାସ ନିର୍ମାଣ ଓ ଅନ୍ୟାନ୍ୟ ମୌଳିକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଥିଲେ। ତେଣୁ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର