କୌସ୍ତୁଭ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ସରେ ବି.ଫାର୍ମା, ଡି.ଫାର୍ମା ଶିକ୍ଷାରମ୍ଭ

ଭୁବନେଶ୍ବର: ଓଡ଼ିଶାର ଅନ୍ୟତମ ବୈଷୟିକ ଶିକ୍ଷାନୁଷ୍ଠାନ କୌସ୍ତୁଭ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍‌ସ (କେଜିଆଇ) ରେ ଚଳିତ ଶିକ୍ଷା ବର୍ଷଠାରୁ ବି.ଫାର୍ମା, ଡି.ଫାର୍ମା ବିଷୟରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଏହି ଶିକ୍ଷାରମ୍ଭ କରିବା ପାଇଁ କେଜିଆଇ ଫାର୍ମାସି କାଉନ୍‌ସିଲ୍ ଅଫ୍ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ଡିଏମ୍ଇଟିର ଅନୁମୋଦନ ପାଇଛି। ଅନୁଷ୍ଠାନରେ ଫାର୍ମାସି ପାଠ୍ୟକ୍ରମର ପ୍ରାକ୍ଟିକାଲ୍ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଉପକରଣର ବ୍ୟବସ୍ଥା କରାଯାଇଛି। ଫଳରେ ଛାତ୍ରଛାତ୍ରୀମାନଙ୍କୁ ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷା ପାଇଁ ବିଶେଷ ସୁଯୋଗ ମିଳିପାରିବ।

ଏହି ଶିକ୍ଷାନୁଷ୍ଠାନରେ ଉଚ୍ଚ ଅଭିଜ୍ଞତାସମ୍ପନ୍ନ ଶିକ୍ଷକମାନଙ୍କ ଦ୍ବାରା ଅତ୍ୟାଧୁନିକ ପ୍ରୟୋଗଶାଳାରେ ଶିକ୍ଷା ପ୍ରଦାନର ସୁବ୍ୟବସ୍ଥା କରାଯାଇଛି। ଫାର୍ମାସି ପାଠ୍ୟକ୍ରମ ନିମନ୍ତେ ମଧ୍ୟ ଏହି ଧାରା ଜାରି ରହିବ ବୋଲି କେଜିଆଇର ଅଧ୍ୟକ୍ଷ ପ୍ରଭାତ ରଞ୍ଜନ ମଲ୍ଲିକ କହିଛନ୍ତି। ଏହାସହ ଏହି ସଂସ୍ଥା ଓଡ଼ିଶାର ବୈଷୟିକ, ବ୍ୟବସାୟିକ ତଥା ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରି ସାରିଥିବା ବେଳେ ଏବେ ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ନିଜର ଶୈକ୍ଷିକ ଗୁଣବତାକୁ ପ୍ରତିପାଦିତ କରିବାକୁ ଯାଉଛି ବୋଲି କେଜିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌସ୍ତୁଭ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର