ସୃୃଷ୍ଟି ଏକାଡେମିରେ ଆଞ୍ଚଳିକ ବି-ସ୍କୁଲ୍‌ ମିଟ୍‌

ଭୁବନେଶ୍ୱର : ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜମେଣ୍ଟ୍‌ରେ ଦୁଇଦିନିଆ ଆଞ୍ଚଳିକ ବି-ସ୍କୁଲ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୨୫ଟି ବି-ସ୍କୁଲର ୪୦୦ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ଲାଇଣ୍ଡ ଡେଟ୍‌, ଗଲି କ୍ରିକେଟ, ବିଜିନେସ୍‌ ପ୍ଲାନ, ବିଜିନେସ୍‌ କୁଇଜ୍‌, ବିଟା ଷ୍ଟକ୍‌ ଷ୍ଟନ, ଫେସ୍‌ ପେଣି୍ଟଂ, ଆଡ୍‌ ସେଲଫି, ନୁକଡ୍‌ ନାଟକ ଏବଂ ସଂଗୀତ ପ୍ରତିଯୋଗିତା ହୋଇଥିଲା। ଏହି ସମସ୍ତ ପ୍ରତିଯୋଗିତାରେ କୃତୀ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ସୃଷ୍ଟି ଏକାଡେମି ତରଫରୁ ନଗଦ ରାଶି ସହିତ ଟ୍ରଫି ଏବଂ ସାର୍ଟିଫିକେଟ୍‌ ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଚାଟାର୍ଡ ଆକାଉଟାଣ୍ଟ ରାଜୀବ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏହି ବି-ସ୍କୁଲ ମିଟ୍‌କୁୁ ଗୁଡି ଏବଂ ଆଲୋକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର