ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନ ପାଇଥିବା ବିଶିଷ୍ଟ ଧର୍ମଗୁରୁ, ସଂସ୍କାରକ ତଥା ପ୍ରକୃତି ମିତ୍ର ଶ୍ରୀମଦ୍ ବାବା ବଳିଆଙ୍କୁ ମହାବୋଧି ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ସମ୍ବର୍ଧିତ କରାଯାଇଛି। ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାବା ବଳିଆ ଯୋଗଦେଇ କହିଲେ ଯେ ଭଗବାନ ବୁଦ୍ଧଙ୍କ ପ୍ରଦତ୍ତ ବାଣୀ ବିଶ୍ୱ ପାଇଁ ସବୁବେଳେ ମଙ୍ଗଳମୟ। ବିଶିଷ୍ଟ ଅତିଥି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ବାବାଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ ସମାଜ ସୁଧାର ପାଇଁ ଧର୍ମ ସହ ବିଜ୍ଞାନକୁ ସଂଯୋଗ କରି ବାବା ସମାଜକୁ ଏକ ନୂତନ ବାର୍ତ୍ତା ଦେଉଛନ୍ତି। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ ୨୦୦୭ ମସିହାରେ ବାବା ଗଣତନ୍ତ୍ର ଜ୍ଞାନଯଜ୍ଞ ଭଳି ଏକ ଅଭିନବ ପରିକଳ୍ପନା କରି ଗୋଟିଏ ମଞ୍ଚରେ ବିଭିନ୍ନ ରାଜନୈତିକ ଦଳକୁ ବସାଇଥିଲେ। ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପୂର୍ବତନ କୁଳପତି ଡ. ହରେକୃଷ୍ଣ ଶତପଥୀ କହିଲେ ଯେ ବାବା ସମନ୍ୱୟବାଦୀ ସନ୍ଥ। ମହାବୋଧିର କେନ୍ଦ୍ରୀୟ ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ପରେ ବାବାଙ୍କୁ ଉତ୍ତରୀୟ ଓ ଭଗବାନ ବୁଦ୍ଧଙ୍କ ଫଟୋଚିତ୍ର ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଡ. ସୌରେନ୍ଦ୍ର କୁମାର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। ସେହିପରି ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ବାବାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରୁଷର ସଂପାଦକ ଅସିତ ମହାନ୍ତି ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧମନ୍ଦିରର କୋଷାଧ୍ୟକ୍ଷ ନବୀନ କୁମାର ସାହୁ, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ଆଶ୍ରମ ପକ୍ଷରୁ ରାଜୁଭାଇ, ସ୍ୱାମୀ ଡ. ଚିଦାନନ୍ଦ, ଯୁବପ୍ରବଚକ ଗୋପାଳ ଦାସ, ମନୁଭାଇ ଓ ମଣ୍ଟୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।
ବୁଦ୍ଧଙ୍କ ବାଣୀ ବିଶ୍ୱ ପାଇଁ ସର୍ବଦା ମଙ୍ଗଳମୟ: ବାବା ବଳିଆ
ବୁଦ୍ଧ ମନ୍ଦିରରେ ସମ୍ବର୍ଧନା ଉତ୍ସବ
/sambad/media/post_attachments/wp-content/uploads/2022/03/f65h4sf64f6hs5sfhhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)