ଭୁବନେଶ୍ବର: ଡିଜିପି ସମ୍ମିଳନୀ ପାଇଁ ଲୋକସେବାଭବନରେ କଟକଣା ଜାରି ରଖାଯାଇଛି। ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ କାର୍ ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ଅଫିସର୍ଙ୍କ କାର୍କୁ ଲୋକସେବାଭବନରେ ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ। ସେହିପରି ଲୋକସେବାଭବନର କର୍ମଚାରୀମାନେ ଆଇ-କାର୍ଡ ପାଖରେ ରଖିବା ସହ ଅଯଥାରେ ବୁଲାବୁଲି ନକରି ନିଜ ସିଟ୍ରେ ବସି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଆର୍ କେ ଶର୍ମା ସମସ୍ତ ବିଭାଗକୁ ଚିଠି ଲେଖି ଗାଡ଼ି ପାର୍କିଂ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଆସନ୍ତାକାଲି ଅର୍ଥାତ୍ ନଭେମ୍ବର୨୭ରୁ ଡିସେମ୍ବର ୧ତାରିଖ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଏହି ଗାଇଡ୍ଲାଇନ୍ ପାଳନ କରିବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲିଠୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଲୋକସେବାଭବନର ୧, ୨ ଓ ୫ନମ୍ବର ଗେଟ୍ ଦେଇ ଯାତାୟାତ କରିବାକୁ ଅନୁମତି ମିଳିବ। ୪ ଓ ୬ ନମ୍ବର ଗେଟ୍ ଦେଇ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ହୋଇଛି।
ଲୋକସେବା ଭବନକୁ ବାବୁଙ୍କ କାର୍ ମନା
ଡିଜିପି ସମ୍ମିଳନୀ ପାଇଁ ଲୋକସେବାଭବନରେ କଟକଣା ଜାରି ରଖାଯାଇଛି। ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ କାର୍ ବ୍ୟତୀତ ଅନ୍ୟ କୌଣସି ବରିଷ୍ଠ ଅଫିସର୍ଙ୍କ କାର୍କୁ ଲୋକସେବାଭବନରେ ପାର୍କିଂ ପାଇଁ ଅନୁମତି ମିଳିବ ନାହିଁ।
/sambad/media/media_files/2024/11/27/F6V0IqRi5JCRiAZf7sYH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)