ଭୁବନେଶ୍ବର: ଥମୁନି ବାବାସାନ-ପ୍ରକୃତି ପ୍ରସଂଗ। ଗୋଟାଏ ପରେ ଗୋଟାଏ ତଥ୍ୟ ଗଣମାଧ୍ୟମ ହାତରେ ବାଜିବା ପରେ ବଢ଼ି ଚାଲିଛି ଚର୍ଚ୍ଚା। ଗତକାଲି ରାତିରେ ବାବୁସାନ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥା ହେବା ପରେ ଆଜି ବିଭିନ୍ନ ଗଣମାଧ୍ୟମରେ ଏକ ଭାଇରାଲ୍ ଅଡିଓ ପ୍ରସାରିତ ହେଉଛି । ଭାଇରାଲ୍ ଅଡ଼ିଓରେ ଥିବା ବାର୍ତ୍ତାଳାପ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କର ବୋଲି ଦାବି କରାଯାଉଛି। ଏହା ଏକ ଟେଲିଫୋନ୍ ବାର୍ତ୍ତାଳାପର ଅଂଶବିଶେଷ ଭଳି ଜଣାପଡ଼ୁଛି । ଏଥିରେ ଥିବା କଣ୍ଠସ୍ବର ବାବୁସାନ ଓ ପ୍ରକୃତିଙ୍କର ବୋଲି କହାଯାଉଛି।
ଏହି ଭାଇରାଲ ଅଡିଓରେ ଯୁବତୀ ଜଣକ କାନ୍ଦୁଥିବା ବେଳେ ତାଙ୍କୁ ପୁରୁଷ ବନ୍ଧୁ ବୁଝାଉଛନ୍ତି। କଥାବାର୍ତ୍ତାରୁ ଯାହା ବୁଝାପଡୁଛି ଯୁବତୀ ଟିକା ନେଇଛନ୍ତି। ତାଙ୍କୁ ଯନ୍ତ୍ରଣା ହେବାରୁ ଏସବୁ ତୋ ପାଇଁ ହେଲା ବୋଲି କହି ସେ ବନ୍ଧୁଙ୍କୁ ଦୋଷୀ କରୁଛନ୍ତି। ଏପଟରେ ତାଙ୍କୁ ବୁଝାଇବାକୁ ଯାଇ ‘ସରି ସରି, ତୋ ଗୋଡ଼ ଧରୁଛି’ ବୋଲି କହୁଛନ୍ତି ପୁରୁଷ ବନ୍ଧୁ।
ଅଡିଓରେ ପ୍ରଥମେ ଯୁବତୀଙ୍କୁ ଯୁବକ ‘ସବୁବେଳେ ତୁ ରାଗିବା ଦରକାର କି?’ ବୋଲି ପ୍ରଶ୍ନ କରୁଛନ୍ତି। ଯାହାର ଉତ୍ତରରେ ଯୁବତୀ ମୋ ମୁଣ୍ଡ ଖରାପ କରୁଛୁ କହି କାନ୍ଦିବା ଆରମ୍ଭ କରୁଛନ୍ତି। କ’ଣ ହେଲା? କାଇଁ କାନ୍ଦୁଛୁ ବୋଲି ଯୁବକ ପଚାରିବାରୁ ଦେଖା ହେଲେ ସବୁ କହିବି ବୋଲି କହୁଛନ୍ତି ଯୁବତୀ। ତୁ କିଛି ବୁଝିପାରିବୁନି ବୋଲି ଯୁବତୀ କହୁଥିବା ବେଳେ ସରି କହିବା ସହ ସବୁ ବୁଝୁଛି ବୋଲି କହୁଛନ୍ତି ଯୁବକ।
ବାର୍ତ୍ତାଳାପ ଶେଷରେ ଯୁବକ ଯୁବତୀଙ୍କୁ ପଚାରୁଛନ୍ତି ତୋର ମିଟିଂ ଅଛି ତୁ କୋଉ ରଂଗର ଶାଢ଼ି ପିନ୍ଧିବୁ? ମୋତେ ଫଟୋ ପଠାଇବୁ। ଉଭୟ ଫୋନ୍ କାଟିବା ବେଳେ ପରସ୍ପରଙ୍କୁ ‘ଲଭ୍ ୟୁ’ ବୋଲି କହୁଛନ୍ତି।
ଏହି ଅଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଯଦି ଏହି ଅଡିଓଟି ବାବୁସାନ୍ ଓ ପ୍ରକୃତିଙ୍କର ବୋଲି ଦାବି କରାଯାଉଛି।