ଭୁବନେଶ୍ବର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୁରତରଙ୍ଗ ପକ୍ଷରୁ ସପ୍ତମ ବାଦ୍ୟଶିଳ୍ପୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଜୀବନବ୍ୟାପୀ ସାଧନା ପାଇଁ ଗିଟାର ବାଦକ ପ୍ରଶାନ୍ତ କୁମାର ଦାଶ ଓ ବିଶିଷ୍ଟ ତବଲା ବାଦକ ଜ୍ଞାନରଞ୍ଜନ ଜେନାଙ୍କୁ ସୁରତରଙ୍ଗ ବାଦ୍ୟରତ୍ନ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି।
ଭର୍ଚୁଆଲ ମାଧ୍ୟମରେ ଝାରପଡ଼ାସ୍ଥିତ ନିଜସ୍ବ ଷ୍ଟୁଡିଓରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଚଳଚ୍ଚିତ୍ର ପ୍ରଯୋଜକ ବିକାଶ ଚନ୍ଦ୍ର ପଟ୍ଟନାୟକ, ଉପଦେଷ୍ଟା ଦିଲ୍ଲୀପ କୁମାର ଦାସ, କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ସେଠୀ ଓ ସମ୍ପାଦକ ପୀୟୂଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ମୁଖ୍ୟ ସଂଯୋଜକ ପ୍ରିୟରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/35-20.jpg)