ମଞ୍ଚସ୍ଥ ହେଲା ନୃତ୍ୟାଭିନୟ ‘ବାହନ’

0

ଭୁବନେଶ୍ବର: ଦେବଦେବୀ ଓ ସେମାନଙ୍କ ବାହନଙ୍କ ପାରସ୍ପରିକ ମଧୁର ସମ୍ପର୍କକୁ ନୃତ୍ୟ ମାଧ୍ୟମରେ ବେଶ୍‌ ଚମତ୍କାର ଢଙ୍ଗରେ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀମାନେ। ଓଡ଼ିଶୀ, ଛଉ ସହ ମୁକ୍ତ ଗତି ଆଧାରିତ ସର୍ଜନଶୀଳ ନୃତ୍ୟରେ ନୃତ୍ୟାଭିନୟ ‘ବାହନ’ର ଉପସ୍ଥାପନା ଦର୍ଶକଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା। ଅବସର ଥିଲା ‘ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦ’ ଓ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ପୁଣି ଏକ ହରାଇଜନ୍ ସିରିଜ୍ ସନ୍ଧ୍ୟାର। ଓଡ଼ିଶୀ ନୃତ୍ୟଶିଳ୍ପୀ ସୁତପା ତାଲୁକ୍‌ଦାରଙ୍କ ସଂରଚିତ ‘ବାହନ’ର ଉପସ୍ଥାପନା କରିଥିଲେ କୋଲ୍‌କାତାସ୍ଥିତ ସାଉଥ୍ ଗୁରୁକୁଳ ସୋସାଇଟିର ନୃତ୍ୟଶିଳ୍ପୀ ବୃନ୍ଦ। କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜମାଦୀ, ଗୁରୁ ଧନେଶ୍ୱର ସ୍ବାଇଁ, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ କୁମ୍‌କୁମ୍‌ ମହାନ୍ତି, ନୃତ୍ୟ ସମୀକ୍ଷକ ଶ୍ୟାମହରି ଚକ୍ର ଓ ପରିଷଦର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ରଞ୍ଜିତ୍ ରାଜ୍‌ ଆରୋରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସନ୍ଧ୍ୟାକୁ ଦିବଂଗତ ମର୍ଦ୍ଦଳ ଗୁରୁ ବନମାଳୀ ମହାରଣାଙ୍କ ସ୍ମୃତିରେ ସମର୍ପିତ କରାଯାଇଥିଲା

ସମ୍ବନ୍ଧିତ ଖବର

Leave A Reply

Your email address will not be published.