ଭୁବନେଶ୍ୱର: ରେଳ ଦୁର୍ଘଟଣାରେ ମୃତାହତଙ୍କ ଆତ୍ମାର ସଦଗତି ନିମନ୍ତେ ଏବଂ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରି ଭିଏସଏସ ନଗରଠାରେ ଏକ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଯୁବକ ଓ ଛାତ୍ର ଯୋଗଦେଇ ନିରବ ପ୍ରାର୍ଥନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ତ୍ରିପାଠୀ, ବିଭୁଦତ୍ତ ରଥ, ଦୀପକ ନାୟକ, ଅମିତ ଜେନା, ଦେବେଶ ଦାସ, ଅଶୋକ ନାୟକ, ସୌମ୍ୟ ରଞ୍ଜନ ପ୍ରଧାନ, ଅନନ୍ତ ରେଡ୍ଡୀ, ସୋମନାଥ ମଲ୍ଲିକ, ସର୍ବଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ଜଟଣୀ ବିଜେଡି ପକ୍ଷରୁ ସମୂହ ଦୀପଦାନ
/sambad/media/post_attachments/wp-content/uploads/2023/06/63-2.jpg)
ଜଟଣୀ: ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରି ଓ ମୃତକଙ୍କ ଆତ୍ମାର ସଦ୍ଗତି କାମନା କରି ଜଟଣୀ ବିଜେଡି ପକ୍ଷରୁ ସ୍ଥାନୀୟ ଉତ୍ତରାୟଣୀ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେଡିର କୁନେଇ ମହାପାତ୍ର, ପୌରାଧ୍ୟକ୍ଷ ଅନନ୍ତ ବେହେରା, ବିଘ୍ନେଶ ବଳବନ୍ତରାୟ, ଶିବ ମହାପାତ୍ରଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/62-2.jpg)