ଭୁବନେଶ୍ୱର : ଯୁକ୍ତରାଷ୍ଟ୍ର ଆମେରିକା ଓ୍ଵାସିଂଟନ ଡିସି ଅଞ୍ଚଳରେ ଥିବା ଆଡଲେଫି ସହର ହିନ୍ଦୁ ମନ୍ଦିର ପରିସରରେ ମେରିଲାଣ୍ଡର ଏକ ଯୋଗ ସଂସ୍ଥାନ ପକ୍ଷରୁ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହିନ୍ଦୁ ମନ୍ଦିରର ଅଧ୍ୟକ୍ଷ ଡ. ବିକ୍ରମ ପାଲ ଛେରା ପହଁରା କାର୍ଯ୍ୟ କରିଥିବା ବେଳେ ଇଂ. ପ୍ରତାପ ଦାଶ ରଥଯାତ୍ରା ପୂଜାର୍ଚ୍ଚନା ବିଧି ସମ୍ପନ୍ନ କରିଥିଲେ। ବାହୁଡ଼ା ଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମନ୍ଦିର ପାଖ ଜନବସତିରେ ୧.୨ ମାଇଲ ରାସ୍ତା ପରିକ୍ରମା କରିଥିଲେ। ସ୍ଥାନୀୟ ପୁଲିସ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଶହଶହ ଭକ୍ତ ଏହି ଯାତ୍ରାରେ ସାମିଲ ହୋଇଥିବା ବେଳେ ରଥଟଣା ପରେ ପ୍ରସାଦ ସେବନ ଓ ଭଜନ ସମାରୋହ ମଧ୍ୟ ହୋଇଥିଲା। ସଂସ୍ଥାନ ପକ୍ଷରୁ ରଥଯାତ୍ରା ମଧ୍ୟ ବେଶ୍ ଉତ୍ସାହର ସହ ପାଳିତ ହୋଇଥିଲା। ଉକ୍ତ ଦିନ ଡ. ବିଜ୍ଞାନୀ ଦାଶଙ୍କର ‘ବସନ୍ତ ପଲ୍ଲବୀ’ ଉପନ୍ୟାସକୁ ସୁଲୋଚନା ପଟ୍ଟନାୟକ ଲୋକାର୍ପିତ କରିଥିଲେ। ଉତ୍ସବରେ ମନ୍ଦିରର ପୂଜକ ପୀତାମ୍ବର ପଣ୍ଡିତ, ଡ.ସୁରେନ୍ଦ୍ର ରାୟ, ହିନ୍ଦୁ ମନ୍ଦିରର ଅଧ୍ୟକ୍ଷ ଡ. ବିକ୍ରମ ପାଲ ଓ ପଦ୍ମ ବିଭୂଷଣ ବୈଜ୍ଞାନିକ ଭକ୍ତ ରଥ ପ୍ରମୁଖ ଯୋଗ ଦେଇଥିଲେ।
ଓ୍ଵାସିଂଟନ ଡିସିରେ ବାହୁଡ଼ା ଯାତ୍ରା
/sambad/media/post_attachments/wp-content/uploads/2018/07/ra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)