ଭୁବନେଶ୍ୱର : ଚିନ୍ତା ଓ ଚେତନା ପକ୍ଷରୁ ୩୯ତମ ବୈଶାଖୀ ମହୋତ୍ସବ ରବୀନ୍ଦ୍ର ମଣ୍ଡପରେ ଗତକାଲିଠାରୁ ଆରମ୍ଭ ହୋଇଛି। ଆଜିର ଦ୍ୱିତୀୟ ସନ୍ଧ୍ୟାରେ ଜଗନ୍ନାଥଙ୍କ ଆରତୀ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ କୁନି କୁନି ଶିଳ୍ପୀ କୁମାରୀ କାତ୍ୟାୟିନୀ ଓ ଶ୍ରୀୟା ମହାନ୍ତି ଯୁଗଳ ଓଡ଼ିଶୀ ନୃତ୍ୟ ମଙ୍ଗଳା ଚରଣରେ ଦୀପଂ ଜ୍ୟୋତି ପରମ୍ବ୍ରହ୍ମ ଓ ଅଭିନୟରେ ଭୋର୍ ଭୟା ଯାଗେ ପରିବେଷଣ କରିଥିଲେ। ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନାରେ ପରିବେଷିତ ଏହି ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ଏହାପରେ ଅରୁଣିମା ଆଚାର୍ଯ୍ୟ ଗୁରୁ ଅରୁଣା ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ମଧୁରାଷ୍ଟକମ୍ ପରିବେଷଣ କରି ଦର୍ଶକମାନଙ୍କୁ କିଛି ସମୟ ପାଇଁ ଜଗନ୍ନାଥଙ୍କ ଭକ୍ତିପ୍ରେମରେ ହଜାଇ ଦେଇଥିଲେ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ହରିହର ପଣ୍ଡା ଓ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ ପଙ୍କଜ ଚରଣ ଦାସ। ଏହାପରେ ଗୁରୁ କୁମ୍କୁମ୍ ମହାନ୍ତିଙ୍କ ନୃତ୍ୟ ନିର୍ଦ୍ଦେଶନାରେ ପୂର୍ଣ୍ଣଶ୍ରୀ ରାଉତ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆଜି ସନ୍ଧ୍ୟାରେ ଅତିଥି ଥିଲେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ଶିବାନନ୍ଦ ରାୟ, ସହଦେବ ସାହୁ, ପ୍ରଦ୍ୟୁମ୍ନ ଶତପଥୀ, ଦେବେନ୍ଦ୍ର ମାନସିଂହ ଓ ପ୍ରଣବ ପଟ୍ଟନାୟକ। ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
୩୯ତମ ବୈଶାଖି ମହୋତ୍ସବ : ଦ୍ୱିତୀୟ ସନ୍ଧ୍ୟାର ଆକର୍ଷଣ ‘ଓଡ଼ିଶୀ’
/sambad/media/post_attachments/wp-content/uploads/2018/04/baisakhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)