ବାଜିଲା ଦୀପ୍ତିରେଖାଙ୍କ ସାହାନାଇ…

ଭୁବନେଶ୍ୱର : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ। ଚଳଚ୍ଚିତ୍ରରେ ବିବାହକୁ ନେଇ ଅନେକ ଗୀତ ଗାଇଥିବା ଦୀପ୍ତିଙ୍କ ପାଇଁ ଶୁକ୍ରବାର ସାହାନାଇ ବାଜିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ହୋଟେଲ୍‌ରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି। ସେ ଖୋର୍ଧାର ସୌମ୍ୟରଂଜନ ଶତପଥୀଙ୍କୁ ବିବାହ କରିଛନ୍ତି।

ସଂଗୀତ ଦୁନିଆର ହାତଗଣତି ଶିଳ୍ପୀ ବିବାହ ଉତ୍ସବରେ ଯୋଗଦେଇ ଆଶୀର୍ବାଦ ଦେଇଥିଲେ। ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ଆଶୁତୋଷଙ୍କୁ ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା। ‘ଲଭ୍‌ ଡଟ୍ କମ୍’‌ରୁ ସଂଗୀତ ଯାତ୍ରା ଆରମ୍ଭ କରିଥିବା ଦୀପ୍ତିରେଖା ହାଏ ତୋ ପ୍ରେମର ଗଜଲ୍‌, ହାଏ ତୋ ପ୍ରେମର ରଙ୍ଗୋଲି, ଲାଲ୍‌ ଗୁଲାବି, ତୁ ମୋ ଲଭ୍‌ ଷ୍ଟୋରି ଭଳି ସୁପରହିଟ୍‌ ଗୀତ ଭେଟି ଦେଇଛନ୍ତି। ‌ଏଥିସହ ଧାରାବାହିକ ‘ରାଜକନ୍ୟା’ରେ ଅଭିନୟ କରି ଲୋକପ୍ରିୟତା ସାଉଁଟିଛନ୍ତି।

ସମ୍ବନ୍ଧିତ ଖବର