ନନ୍ଦନକାନନକୁ ଆସିଲା ଉଦ୍ଧାର ବଜ୍ରକାପ୍ତା

ବାରଙ୍ଗ: କନ୍ଧମାଳ ଚାଲାଣକାରୀଙ୍କଠାରୁ ଏସ୍‌ଟିଏଫ୍ ଦ୍ବାରା ଉଦ୍ଧାର ହୋଇଥିବା ବଜ୍ରକାପ୍ତାକୁ ନନ୍ଦନକାନନ ପ୍ରଣୀ ଉଦ୍ୟାନକୁ ଅଣାଯାଇଛି। ଏଠାରେ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେ ସୁସ୍ଥ ଥିବା ସତ୍ତ୍ବେ ତାକୁ କିଛି ଦିନ ପା‌ଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ସ୍ବତନ୍ତ୍ର ନଜରରେ ରଖାଯାଇଛି। ପରେ ତାକୁ ବଜ୍ରକାପ୍ତାଙ୍କ ସେଲ୍‌ରେ ଛଡ଼ାଯିବ। ପ୍ରାୟ ୧୦ ବର୍ଷ ବୟସର ଏହି ଅଣ୍ଡିରା ବଜ୍ରକାପ୍ତାକୁ ମିଶାଇ ଏବେ ନନ୍ଦନକାନନରେ ମୋଟ୍ ୨୫ଟି ଅଛନ୍ତି। ସେଥିରୁ ୧୧ଟି ଅଣ୍ଡିରା ଓ ୧୪ଟି ମାଈ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ବାଲିଗୁଡ଼ାରୁ ଚୋରା ଚାଲାଣ କରାଯାଉଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏହି ବୟସ୍କ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର