୧୦ ହଜାର ଟଙ୍କା ଲାଞ୍ଚ ନେଇ ବାଳକାଟି ଫାଣ୍ଡି ଏସ୍‌ଆଇ ଗିରଫ

ଭୁବନେଶ୍ବର : ଆଜି ଅପରାହ୍‌ଣରେ ଭିଜିଲାନ୍ସ ସେଲ ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ଏସଆଇଙ୍କୁ ଗିରଫ କରିଛି। ତାଙ୍କ ନାଁ ଦେବେନ୍ଦ୍ର ସାହୁ। ତାଙ୍କ ନିକଟରୁ ଭିଜିଲାନ୍ସର ଅଧିକାରୀମାନେ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ଭିଜିଲାନ୍ସର ୩ଟି ଟିମ ତାଙ୍କ ପୈତୃକ ଘର ଯାଜପୁର, ଭୁବନେଶ୍ବରର ୟୁନିଟ-୯ରେ ଥିବା ସରକାରୀ ବାସଭବନ, ବାଳକାଟି ଫାଣ୍ଡି ନିକଟରେ ଥିବା ଭଡ଼ା ଘରେ ଚଢ଼ଉ ଚଳାଇଛି।

କିଛି ଦିନ ତଳେ ବାଳକାଟି ରଥିଜେମା ଅଞ୍ଚଳର ରମାକାନ୍ତ ସାହୁ ନାମକ କବାଡ଼ି ବ୍ୟବସାୟୀଙ୍କୁ ଗିରଫ କରିଥିଲା। କବାଡ଼ି କାମରେ ବ୍ୟବହୃତ ହେଉଥିବା ଏକ ଟାଟା ଏଏସଇ ମଧ୍ୟ ଜବତ ହୋଇଥିଲା। ସେହି ଜବତ ଗାଡିକୁ ଫାଣ୍ଡିରୁ ମୁକଳାଇବାକୁ ରମାକାନ୍ତ ବିଭିନ୍ନ ସମୟରେ ଫାଣ୍ଡିକୁ ଦୌଡୁଥିଲା। କିନ୍ତୁ ଏସଆଇ ଶ୍ରୀ ସାହୁ ତାଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏଥିରେ ଅତିଷ୍ଠ ହୋଇ ରମାକାନ୍ତ ଏ ନେଇ ଭିଜିଲାନ୍ସ ସେଲ ନିକଟରେ ଅଭିଯୋଗ କରିଥିଲେ। ଆଜି ଶ୍ରୀ ସାହୁ ଲାଞ୍ଚ ଟଙ୍କା ନେବାକୁ ରମାକାନ୍ତଙ୍କୁ ସେଣ୍ଟ୍ରାଲ ମଲକୁ ଡକାଇଥିଲେ। ସେଠାରେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ।

ସମ୍ବନ୍ଧିତ ଖବର