ପ୍ରାଣାନ୍ତକ ଆକ୍ରମଣରେ ଗୋଟଏ ପରିବାରର ୩ ଗୁରୁତର, ଜେଲଗଲା ସାନପୁଅ

ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ବସନ୍ତପେଡ଼ି ଗ୍ରାମରେ ଏକ ଯୌଥ ପରିବାରେ ଘଟିଥିବା ଗଣ୍ଡଗୋଳ ମାମଲାରେ ମା’, ବାପା ଓ ତାଙ୍କ ବଡ଼ପୁଅ ଗୁରୁତର ଆହତ ହୋଇଛନ୍ତି। ଏହି ମାମଲାରେ ଉକ୍ତ ଫାଣ୍ଡି ପୁଲିସ ସାନପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ରାଜୁ ସାମଲ(୨୭)। ରାଜୁର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାତକୁ ପଠାଇ ଦିଆଯାଇଛି। ରାଜୁ ବିରୋଧରେ ତାଙ୍କ ବଡ଼ଭାଇ ସଂଜୟ ସାମଲ ଲିଖିତ ଅଭିଯୋଗ କରିଥିଲେ।

ସଂଜୟଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ଗତକାଲି ରାତି ୧୦ଟା ସମୟରେ ପିଲାଙ୍କ ମଧ୍ୟର କଳିକୁ ନେଇ ଗଣ୍ଡଗୋଳ ହୋଇଥିଲା। ରାଜୁ ରାଗିଯାଇ ସମସ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା। ରାଜୁର ମା’ ତାକୁ ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରାଜୁ କାଠଫାଳିଆରେ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲା। ଏତିକିରେ ରାଜୁର ରାଗ ଥମିନଥିଲା। ବାପା ଓ ବଡ଼ଭାଇ ବିରୋଧ କରିବାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ପଡ଼ୋଶୀମାନେ ‌୧୦୮ ଆମ୍ବୁଲାନ୍ସ ଡକାଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।

ସମ୍ବନ୍ଧିତ ଖବର