ବାଲିପାଟଣା: ମୁମ୍ବାଇରେ ଆୟୋଜିତ ସାଣ୍ଡି ଜୋଏଲ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସ୍ବାଗତିକା ଦାସ ଉପବିଜେତା ହୋଇଛନ୍ତି। ବିଭିନ୍ନ ରାଜ୍ୟର ୫ଶହରୁ ଊର୍ଦ୍ଧ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲ୍ ହାସଲ କରିଛନ୍ତି। ସ୍ବାଗତିକାଙ୍କ ଘର ବାଲିପାଟଣାରେ। ସେ ରାଉରକେଲାରେ ବାପା, ମା’ଙ୍କ ସହ ରହନ୍ତି। ଅଗଷ୍ଟ ୨୨ରୁ ୩୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ୫୩୦ ପ୍ରତିଯୋଗୀ ଭାଗ ନେଇଥିଲେ। ତେବେ ସ୍ବାଗତିକା ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ମନୋନୀତ ହୋଇ ‘ସୁଭି ପ୍ୟାଲେସ୍’ରେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ସେଠାରେ ସେ ଭଲ ପ୍ରଦର୍ଶନ କରି ବିଚାରକମଣ୍ଡଳୀଙ୍କ ହୃଦୟ ଜିତି ନେଇଥିଲେ ଓ ତାଙ୍କୁ ଏହି ପ୍ରତିଯୋଗିତାର ଉପବିଜେତା ଘୋଷଣା କରାଯାଇଥିଲା। ଏହାସହ ପ୍ରତିଯୋଗିତାରେ ଉତ୍ତମ ବ୍ୟବହାର ଓ ଆଚରଣ ପାଇଁ ତାଙ୍କୁ ‘ମିସ୍ ପପୁଲାର’ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।
ସାଣ୍ଡିଜୋଏଲ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ବାଲିପାଟଣା ଝିଅ ସ୍ବାଗତିକା ରନର୍ସ-ଅପ୍
/sambad/media/post_attachments/wp-content/uploads/2021/09/564s65f4h5fs4hfh11f321hffshfhssfhfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)