ମେଡିକାଲ ଭିତରେ ଛିଣ୍ଡିଲା ଲାଇନ୍ ତାର: ଅଳ୍ପକେ ରକ୍ଷା ପାଇଲେ ରୋଗୀ

ବାଲିପାଟଣା : ଆଜି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ହଠାତ ଲାଇନ୍ କେବୁଲ ତାର ଛିଣ୍ଡି ପଡ଼ିଥିଲା। ସେ ସମୟରେ ବହୁସଂଖ୍ୟକ ଲୋକ ମେଡିକାଲ ଆସିଥିଲେ। କେବୁଲ ବନ୍ଧା ହୋଇଥିବା ତାର ଅନେକ ଦିନରୁ ଛିଣ୍ଡି ଅଟକି ରହିଥିଲା । ଖୁଣ୍ଟରୁ ତାର ଛିଡିବା ପରେ ଲୋକଙ୍କ ବାଇକ ଏବଂ ଚାରିଚକିଆ ଗାଡି ଉପରେ ପଡିଥିଲା। ଭୟରେ ଗାଡ଼ି ପାଖକୁ କେହି ଯାଇନଥିଲେ।

ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟକୁ ସୂଚନା ଦେବା ପରେ ଅଧଘଣ୍ଟେ ପରେ ଲାଇନ ସଂଯୋଗ ବିଛିନ୍ନ ହୋଇଥିଲା। ସେ ସମୟରେ ସେଠାରେ ଲୋକ କିମ୍ବା ରୋଗୀ ନ ଥିଲେ। ନଚେତ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ଥିଲା। ବିଦ୍ୟୁତ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ କହିଛନ୍ତି। ଲାଇନ କାଟିବା ପରେ ବିଦ୍ୟୁତ କର୍ମଚାରୀ ପହଞ୍ଚି ଖୁଣ୍ଟରେ କେବୁଲ ବାନ୍ଧିଥିଲେ।  ମେଡିକାଲ ଭଳି ଏକ ଗୁରତ୍ୱପୂର୍ଣ୍ଣ ସ୍ଥାନରେ ବିଦ୍ୟୁତ ବିଭାଗର ଏଭଳି ନିମ୍ନମାନର କାମକୁ ସାଧାରଣରେ ନିନ୍ଦା କରାଯାଇଛି। ଅନେକ ସ୍ଥାନରେ ଲାଇନ ଖୁଣ୍ଟ ଏବଂ ତାର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ବିଭାଗ ଗୁରୁତ୍ବ ଦେଉ ନ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର