ଭୁବନେଶ୍ବର: ରାଜଧାନୀର ସମସ୍ତ ପାର୍କରେ ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ୍ ବ୍ୟବହାର ଉପରେ ରୋକ୍ ଲାଗିଛି। ଏଗୁଡ଼ିକୁ ଯେପରି କେହି ବ୍ୟବହାର କରିବେନି, ସେଥିପାଇଁ ପାର୍କ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି। ବିଏମ୍ସି କମିସନର୍ ନିର୍ଦ୍ଦେଶନାମା ଜାରି କରିଛନ୍ତି ଯେ ପାର୍କ ଖୋଲା ରହିବ। ହେଲେ ପାର୍କରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବିନା ମାସ୍କରେ କେହି ପାର୍କକୁ ଯିବେନି। ଯେଉଁମାନେ ପାର୍କକୁ ଯିବେ, ସେମାନେ ବୁଲିବା ଓ ବସିବା ସମୟରେ ୬ଫୁଟ୍ର ଶାରୀରିକ ଦୂରତା ରଖିବେ। ପାର୍କ ଭିତରେ ପାନ, ଗୁଟ୍ଖା ଛେପ ପକାଇଲେ, ଜରିମାନା ଆଦାୟ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ପାର୍କରେ ପିଲାଙ୍କ ଖେଳ ସାମଗ୍ରୀ, ଜିମନାସିୟମ ବ୍ୟବହାର ଉପରେ ଲାଗିଲା ରୋକ୍
ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
/sambad/media/post_attachments/wp-content/uploads/2020/05/park.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)