ଶିଶୁ ଦିବସ ଅବସରରେ ‘ବଣମଲ୍ଲୀ ପ୍ରତିଭା ସମ୍ମାନ’

ଭୁବନେଶ୍ୱର: ଆଜି ଶିଶୁ ଦିବସ ଅବସରରେ ‘ସୁନାମ କ୍ଲବ୍‌’ ପକ୍ଷରୁ ‘ବଣମଲ୍ଲୀ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ବସ୍ତି ପିଲାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ତଥା ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହା ଆୟୋଜିତ ହେଉଛି।

ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଚିତ୍ତରଞ୍ଜନ ଦାସ ଓ ଅମରେନ୍ଦ୍ର ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଏହି ସମ୍ମାନ ପାଇଁ ସାଲିଆସାହି ଓ ଜୟଦେବବିହାର ଆଖପାଖରେ ସମସ୍ତ ବସ୍ତି ଅଞ୍ଚଳର ପିଲାମାନଙ୍କ ମଧ୍ୟରେ ନୃତ୍ୟ, ଚିତ୍ରାଙ୍କନ ପରିବେଶ ସମ୍ବନ୍ଧୀୟ ରଚନା ଓ ବକ୍ତତା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ପ୍ରାୟ ୧୨୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏଥିରେ କୃତିତ୍ୱ ଅର୍ଜନ କରିଥିବା ୨୦ ଜଣ ପିଲାଙ୍କୁ ଆଜି ‘ବଣମଲ୍ଲୀ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ରାଜେଶ ମହାରଣା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର