ଭୁବନେଶ୍ୱର: ରାଜଧାନୀରେ ବାଂଲା ରୂପଜୀବୀଙ୍କ ସେକ୍ସ କାରବାର ମାମଲାରେ ଗିରଫ ରାଣୀ ମହୁମାଛି ଅଞ୍ଜଳି ଦିଦି ଓ ତାଙ୍କ ଦଲାଲ ସ୍ୱାମୀ ଇବ୍ରାହିମକୁ ଦୁଇଦିନିଆ ରିମାଣ୍ଡରେ ଆଣିଛି କ୍ରାଇମ୍ ବ୍ରାଞ୍ଚର ଏସ୍ଟିଏଫ୍। ରିମାଣ୍ଡ ଅବଧି ବେଳେ ସେମାନଙ୍କ ପ୍ରମୁଖ ସହଯୋଗୀ, ଅନ୍ୟ ବାଂଲା ରୂପଜୀବୀ, ନକଲି ଆଧାରକାର୍ଡ ପ୍ରସ୍ତୁତି, ସୀମାପାର ଓ ସେକ୍ସ କାରବାର ସମ୍ପର୍କରେ ପଚରାଉଚରା କରାଯାଉଛି। ସେମାନଙ୍କଠାରୁ ତଥ୍ୟ ପାଇବା ପରେ ଏସଟିଏଫ୍ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କ୍ରାଇମ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଚଳିତ ମାସ ୨୧ ତାରିଖରେ ଏସଟିଏଫ୍ ଅଞ୍ଜଳି ଓ ସ୍ୱାମୀ ଇବ୍ରାହିମକୁ ପିପିଲି ଅଞ୍ଚଳରୁ ଗିରଫ କରିବା ସହ ପୁରୁଣା ଭୁବନେଶ୍ୱରରୁ ୬ ବାଂଲା ରୂପଜୀବୀଙ୍କୁ ଉଦ୍ଧାର କରିଥିଲା। ବାଂଲାଦେଶୀ ଯୁବତୀମାନେ ରାଜଧାନୀରେ ସେକ୍ସ କାରବାରରେ ସଂପୃକ୍ତ ହେବା ଘଟଣାକୁ ସହଜରେ ଗ୍ରହଣ କରି ପାରି ନ ଥିଲା ଏସଟିଏଫ୍। ଏହି ରୂପଜୀବୀମାନେ କେମିତି ସୀମା ପାର ହୋଇ ଦେଶ ଭିତରକୁ ଆସୁଛନ୍ତି, ତାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ଏସଟିଏଫ୍।
ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଅଞ୍ଜଳି ଓ ଇବ୍ରାହିମଙ୍କୁ ଗୁଡ଼େଇତୁଡ଼େଇ ପ୍ରଶ୍ନ କରାଯାଉଛି। ବିଶେଷକରି ବାଂଲାଦେଶରୁ ଏହି ରୂପଜୀବୀମାନେ କେମିତି ଦେଶ ଭିତରକୁ ପ୍ରବେଶ କଲେ? ସୀମାର କେଉଁ ଅଂଚଳ ଦେଇ ଭାରତକୁ ଆସିଲେ? କିଏ ସେମାନଙ୍କୁ ଏଥିରେ ସହଯୋଗ କରିଥିଲା? ଭାରତରେ ପହଞ୍ଚିବା ପରେ ସେମାନଙ୍କୁ କିଏ ଆଶ୍ରୟ ଦେଇଥିଲା? ଏଠାରେ ସେମାନଙ୍କୁ ନକଲି ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ପ୍ରସ୍ତୁତି କରିବାରେ କିଏ ସହଯୋଗ କରିଥିଲା? ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସେମାନଙ୍କର କାହା ସହିତ ସମ୍ପର୍କ ଅଛି? ଓଡ଼ିଶାକୁ କେତେ ଜଣ ବାଂଲାଦେଶୀ ରୂପଜୀବୀ ଆସିଛନ୍ତି ଓ ସେମାନେ ଏବେ କେଉଁଠି ଅଛନ୍ତି? ଏଠାରେ ସେମାନଙ୍କୁ ସେକ୍ସ ରୢାକେଟ ଚଳାଇବାରେ କିଏ ସହଯୋଗ କରୁଥିଲା; ଏସବୁ ତଦନ୍ତ ଆରମ୍ଭ କରିଛି ଏସ୍ଟିଏଫ୍।
ସେମାନଙ୍କଠାରୁ ତଥ୍ୟ ପାଇବା ପରେ ଏସଟିଏଫ୍ ପଶ୍ଚିମବଙ୍ଗ ଯାଇ ପଚରାଉଚରା କରିବ। ଆବଶ୍ୟକ ହେଲେ, ତଦନ୍ତକାରୀ ଅଫିସର୍ମାନେ ବାଂଲାଦେଶ ଯିବେ ବୋଲି ସୂଚନା ମିଳିଛି। ରୂପଜୀବୀମାନେ କହି ଆସଛନ୍ତି ଯେ ସେମାନଙ୍କ ଘର ପଶ୍ଚିମବଙ୍ଗରେ, ସେମାନେ ବଙ୍ଗଳା ଭାଷାରେ କଥା ହେଉଛନ୍ତି। କିନ୍ତୁ ଯଦି ତଦନ୍ତ ବେଳେ ଜଣାପଡ଼ିବ ସେମାନେ ବାଂଲାଦେଶୀ, ତେବେ ସେମାନେ କେମିତି ବିନା ପାସପୋର୍ଟ ଓ ଭିସାରେ ଭାରତକୁ ଆସିଲେ ତାର ଖୋଳତାଡ଼ ହେବ ଏବଂ େସ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗରିକତା ସଂଶୋଧନ ଆଇନ (ସିଏଏ) ଲାଗୁ ହେବା ପରେ ଏହା ସଂପୂର୍ଣ୍ଣ ଭାବେ ବେଆଇନ। ତେଣୁ ସେମାନଙ୍କୁ କଡ଼ା ଦଫାରେ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସୁଧାର ଗୃହରେ ରୂପଜୀବୀଙ୍କୁ ପଚରାଉଚରା
ଅଞ୍ଜଳି ଓ ଇବ୍ରାହିମଙ୍କଠାରୁ କେତେକ ତଥ୍ୟ ପାଇବା ପରେ କ୍ରାଇମ ବ୍ରାଞ୍ଚର ଏସ୍ଟିଏଫ୍ ଡିଆଇଜି ଜୟନାରାୟଣ ପଙ୍କଜ ରୂପଜୀବୀମାନେ ରହୁଥିବା ସୁଧାର ଗୃହକୁ ଯାଇଥିଲେ। ସେଠାରେ ଥିବା ୬ ଜଣ ରୂପଜୀବୀଙ୍କୁ ସେ ନିଜେ ପଚରାଉଚରା କରିଥିଲେ। ପଚରା ଉଚରା ବେଳେ ରୂପଜୀବୀମାନେ କହିଛନ୍ତି ଯେ ସେମାନଙ୍କୁ ଚାକିରି ଲୋଭ ଦେଖାଇ ଭାରତ ଅଣାଯାଇଥିଲା। ପ୍ରଥମେ କୁହାଯାଇଥିଲା ଏକ କମ୍ପାନିରେ କାମ କରିବେ ବୋଲି। କିନ୍ତୁ ପରେ କୁହାଗଲା ମାସକୁ ୩୦ହଜାର ଟଙ୍କା ନେଇ ଡ୍ୟାନ୍ସବାର୍ରେ କାମ କରିବ। ଏହା ପରେ ଆମକୁ ଓଡ଼ିଶା ପଠାଗଲା। ଏଠାରେ ଆମକୁ ଧମକ ଚମକ ଦେଇ ଅନୈତିକ କାର୍ଯ୍ୟରେ ଲିପ୍ତ କରାଇଥିଲେ ଇବ୍ରାହିମ, ଅଞ୍ଜଳି ଓ ତାର କେତେକ ଦଲାଲ। ଏହି ରୂପଜୀବୀମାନେ କହିଛନ୍ତି, ସେମାନଙ୍କ ଭଳି ୫୦ରୁ ଅଧିକ ବାଂଲାଦେଶୀ ଯୁବତୀ ଭୁବନେଶ୍ୱରର ବିଭିନ୍ନ ଡ୍ୟାନ୍ସ ବାର, ପପ୍ରେ କାମ କରୁଛନ୍ତି। ସେହିପରି କୋଲକାତାରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଯୁବତୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/xfhf54hfsh47sf874hf8s465fs4gh65sfghfsgsfgsfgsfgsfsgfssfgsfgfsgfsg.jpg)