ବାଣୀବିହାରରେ ପ୍ରଥମ ଶାରଦା ରଥ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ପଲିସି ଷ୍ଟଡିଜ୍‌ ଆଣ୍ଡ୍‌ ରିସର୍ଚ୍ଚ ପକ୍ଷରୁ ପ୍ରଥମ ଶାରଦା ରଥ ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହୋଇଯାଇଛି। ପିଜି କାଉନ୍‌ସିଲ୍‌ ହଲ୍‌ରେ ଅନୁଷ୍ଠିତ ଏହି ବକ୍ତତାରେ ଓଡ଼ିଶା ଲୋକସେବା ଆୟୋଗ ପୂର୍ବତନ ଅଧ୍ୟକ୍ଷ ବିବେକ ପଟ୍ଟନାୟକ ଯୋଗଦେଇ ‘ବିଶ୍ୱ ରାଜନୀତିର ବିକାଶ ଓ ଆନ୍ତର୍ଜାତିକ ଅର୍ଥନୀତିରେ ଏହାର ପ୍ରଭାବ’ ବିଷୟବସ୍ତୁ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶୁକଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ, ଆଇପିପିଏସ୍‌ଆର୍‌ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର ସରୋଜ ପଟ୍ଟନାୟକ, ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ବ୍ରିଗେଡିୟର ଲକ୍ଷ୍ମୀଚରଣ ପଟ୍ଟନାୟକ ପ୍ରମୁଖ ସ୍ୱର୍ଗତ ରଥଙ୍କ ଆତ୍ମଜୀବନୀ, କାର୍ଯ୍ୟଶୈଳୀ ଓ ସଫଳତା ଉପରେ ଆଲୋଚନା କରିଥିଲେ। ଆଇପିପିଏସ୍‌ଆର୍‌ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଫେସର ଶାରଦା ରଥଙ୍କ ଆତ୍ମଜୀବନୀକୁ ନେଇ ‘ତୁମେ ମନେ ପଡ଼’ ସ୍ମାରଣିକା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର