ଭୁବନେଶ୍ବର: ତୀରତରଙ୍ଗ ପ୍ରକାଶନୀ ଦ୍ବାରା ପ୍ରକାଶିତ ଶତ୍ରୁଜିତ୍ଙ୍କ କବିତା ପୁସ୍ତକ ‘ବାଣୀବିହାର ଓ ଅନ୍ୟାନ୍ୟ କବିତା’ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଲୋକାର୍ପିତ ହୋଇଯାଇଛି। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଶ୍ବରଞ୍ଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ସଂଘମିତ୍ରା ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ବକ୍ତା ଭାବେ ଦେବପ୍ରସାଦ ଦାଶ ଉପସ୍ଥିତ ଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଅବସରରେ ଚାଲିଥିବା ପ୍ଲାଟିନମ୍ ଜୁବୁଲି ଉପଲକ୍ଷେ ଏହି ପୁସ୍ତକଟି ଉତ୍ସର୍ଗୀକୃତ ବୋଲି କବି ଶତ୍ରୁଜିତ କହିଛନ୍ତି। କବିତା ପୁସ୍ତକଟିରେ ବାଣୀବିହାର ଶୀର୍ଷକ ୧୦ଟି କବିତା ସ୍ଥାନ ପାଇଥିବା ବେଳେ ଅନ୍ୟାନ୍ୟ କବିତା ୧୧ଟି ରହିଛି। କାର୍ଯ୍ୟକ୍ରମରେ ପ୍ରକାଶିକା ବନ୍ଦନା ମିଶ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ କବି ଶତ୍ରୁଜିତ ଧନ୍ୟବାଦ ଜଣାଇଥିଲେ।
ଲୋକାର୍ପିତ ହେଲା ‘ବାଣୀବିହାର ଓ ଅନ୍ୟାନ୍ୟ କବିତା’
/sambad/media/post_attachments/wp-content/uploads/2019/06/Untitled-18-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)