ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ବିଏସ୍ସି ନର୍ସିଂ ପାଠ୍ୟକ୍ରମ ନେଇ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଛି। ଏନେଇ ଆଜି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।
ପାଠ୍ୟକ୍ରମ ଚଲାଇବା ଦାୟିତ୍ବ ନେଇଥିବା ସଂସ୍ଥା କିଭଳି ଭାବେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ଆଖିରେ ଧୂଳି ଦେଇ ଶତାଧିକ ପିଲାଙ୍କୁ ଠକିଛି ସେନେଇ ଆଲୋଚନା କରାଯାଇଥିଲା। ପିଲାଙ୍କ ଯିବା ଆସିବା ଲାଗି ବସ୍ର ବ୍ୟବସ୍ଥା, ପାଠ୍ୟକ୍ରମ ଯେପରି ଠିକ୍ ସମୟରେ ସରିବ ସେଥିପାଇଁ ନୂତନ ଅଧ୍ୟାପକ ନିଯୁକ୍ତି ଆଦି ବିଷୟରେ ବିଚାରବିମର୍ଶ ହୋଇଛି। ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତୃପକ୍ଷ ଆପାତତଃ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/33-3.jpg)