ବ୍ୟାଙ୍କର ସଂଘର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱ: ବ୍ୟାଙ୍କ କର୍ମଚାରୀଙ୍କ ୨% ବେତନ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହାକୁ ବିରୋଧ କରି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିଅନ୍‌ (ୟୁବିଏଫ୍‌ୟୁ) ପକ୍ଷରୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ରାଜ୍ୟ ଆବାହକ ସମ୍ବିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ବହୁ କର୍ମଚାରୀ ଅଂଶଗ୍ରହଣ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆଗାମୀ ଦିନରେ ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଅବସରରେ ଏଆବିଓସିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଦାମୋଦର ନନ୍ଦ, ମନୋରଞ୍ଜନ ଦାସ, ପ୍ରଫୁଲ୍ଲ ତ୍ରିପାଠୀ, ଜଗଦୀଶ ଜେନା ଓ ଶିବ ପ୍ରସାଦ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର