ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ୱାର୍ଡ ନଂ ୫୪ ଅନ୍ତର୍ଗତ ବ୍ୟାଙ୍କ୍ କଲୋନିରୁ ରଥରୋଡକୁ ସଂଯୋଗ କରିବା ପାଇଁ ଏକ ନୂତନ ରାସ୍ତାର ଶିଳାନ୍ୟାସ କରାଯାଇଛି। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ରାସ୍ତାର ନିର୍ମାଣ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଶିଳାନ୍ୟାସ କରିଛନ୍ତି। ଏହି ରାସ୍ତା ନିର୍ମାଣ ହେଲେ କଲୋନିର ପ୍ରାୟ ଏକ ହଜାର ପରିବାର ଉପକୃତ ହେବେ। ପରେ ରଥ ରୋଡ ୭ନଂ ଡ୍ରେନର ଗାର୍ଡୱାଲ୍ର ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଶିବ ପ୍ରସାଦ ବେହେରା, ମନ୍ତ୍ରୀଙ୍କ ବିଏମ୍ସି ପ୍ରତିନିଧି ଦାଶରଥୀ ଗରାବଡୁ, ବ୍ୟାଙ୍କ୍ କଲୋନି ସଭାପତି ସ୍ୱରୂପ କୁମାର ଭଞ୍ଜ, ସମ୍ପାଦକ ଗଣେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ବ୍ୟାଙ୍କ୍ କଲୋନିରୁ ରଥରୋଡ ସଂଯୋଗ ରାସ୍ତା ଶିଳାନ୍ୟାସ
/sambad/media/post_attachments/wp-content/uploads/2022/08/g54j65d4jg65d4gdjgj65gjd4g65j.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)