ପୁରୁଣା ଭୁବନେଶ୍ବର : ୬ ଦିନିଆ ରିମାଣ୍ଡରେ ପୁଲିସ ଆଣିଥିବା ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(ଆର୍ବିଆଇ) ଗଭର୍ଣ୍ଣରଙ୍କ ନକଲି ଜ୍ବାଇଁ ପ୍ରଜ୍ଞାପ୍ରକାଶ ନାୟକକୁ ଚାଲିଛି ଘନଘନ ଜେରା। କିନ୍ତୁ ଧୂର୍ତ୍ତ ପ୍ରଜ୍ଞା ପୁଲିସକୁ ବିଭିନ୍ନ ବାହାନା ଦେଖାଇ ପାଣି ପିଆଉଛି। ଜେରାରୁ ବର୍ତ୍ତିବା ପାଇଁ ସେ ବହୁ ନାଟକ କରୁଥିବା ଜଣାପଡ଼ୁଛି। କେତେବେଳେ ପେଟ ଯନ୍ତ୍ରଣା କଥା କହୁଛି ତ, ଆଉ କେତବେଳେ ଛାତି ଯନ୍ତ୍ରଣା ହେଉଥିବା ନେଇ ବାହାନା କରୁଛି। କଞ୍ଚା ମିଛ କହି ପୁଲିସକୁ ଭୁଆଁ ବୁଲାଉଛି। ଅଭିଯୋଗକାରୀ ସୈକତ ତା’ଠାରୁ ଅଢ଼େଇ କୋଟି ଟଙ୍କା ଧାର୍ ନେଇଥିଲା ଓ ଫେରାଇଥିଲା ବୋଲି କହୁଛି। ବଡ଼ କଥା ହେଉଛି ଏବେ ତା’ ଆକାଉଣ୍ଟରେ ମାତ୍ର ୨ ଲକ୍ଷ ଟଙ୍କା ଥିବା ତଦନ୍ତରୁ ଜଣାପଡ଼ିଛି। ପୂର୍ବରୁ ତା’ ନାଁରେ ଭୁବନେଶ୍ବର ଓ ହାଇଦ୍ରାବାଦ୍ରେ ଦାମୀ କୋଠା ଥିବା ଜଣାପଡ଼ିଥିଲା। ବାକି ଟଙ୍କାରେ ସେ କିଛି ସୁନା ଗହଣା କିଣିଥିବା ସନ୍ଦେହ କରାଯାଉଛି। ତେଣୁ ତା’ ବ୍ୟାଙ୍କ ଲକର୍କୁ ଯାଞ୍ଚ କରାଯିବ ବୋଲି ପୁଲିସ କିଛି ବ୍ୟାଙ୍କକୁ ଚିଠି ଲେଖିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp