ଭୁବନେଶ୍ୱର : ରାଜଧାନୀରେ ଦୁଇଟି ବ୍ୟାଙ୍କରୁ ଲୁଟ୍ ମାମଲାରେ ପୁଲିସର ନିଦ ହଜେଇ ଦେଇଥିବା ଲୁଟେରା ଶେଷରେ ଧରାପଡିଛି। ତା’ ନିକଟରୁ ପ୍ରାୟ ୫ ଲକ୍ଷ ଟଙ୍କା, ବ୍ୟବହୃତ ଗାଡ଼ି ଓ ବନ୍ଧୁକ ଜବତ ହୋଇଛି। ଲୁଟେରାକୁ ପୁଲିସ ପଚରାଉଚରା ଚଳାଇଛି। ଏହି ଲୁଟ୍ ମାମଲାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ପୁଲିସ ଖୋଳତାଡ଼ ଚଳାଇଛି। ତେବେ ତଦନ୍ତରେ ବାଧା ଉପୁଜିବା ଦୃଷ୍ଟିରୁ ପୁଲିସ୍ ତା’ ନାମ ପ୍ରକାଶ କରିନାହିଁ। ଲୁଟ୍ ଘଟଣା ପରେ ସିସିଟିଭି ଓ ଅନ୍ୟ କିଛି ସୂତ୍ରରୁ ଲୁଟେରାକୁ ଚିହ୍ନଟ କରାଯାଇଥିଲା। ସ୍ପେସାଲ ସ୍କ୍ବାଡ୍ ଓ ତିନି ଥାନାଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଆଜି ରାତିରେ ଖୋର୍ଧାରୁ ଲୁଟେରାକୁ ଧରିଛି ଏହି ଟିମ୍। ମଞ୍ଚେଶ୍ବର ବରିମୁଣ୍ଡରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଟଙ୍କା ଲୁଟ୍ ମାମଲାରେ ଲୁଟେରାର ସମ୍ପୃକ୍ତି ସ୍ପଷ୍ଟ ହୋଇଥିବା ବେଳେ ସେପ୍ଟେମ୍ବର ୭ ତାରିଖରେ ଇନଫୋସିଟି ଥାନା ନନ୍ଦନବିହାର ଅଞ୍ଚଳରୁ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ୨ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ ମାମଲାରେ ମଧ୍ୟ ତା’ର ସମ୍ପୃକ୍ତି ଥିବା ଜଣାପଡ଼ିଛି। ତଦନ୍ତ ଜାରି ରହିଥିବାରୁ ଏ ସଂକ୍ରାନ୍ତରେ ପୁଲିସ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛି। ସମ୍ଭବତଃ ଆସନ୍ତାକାଲି ଡିସିପି ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେଇ ପାରନ୍ତି।
ପୁଲିସ କବ୍ଜାରେ ବ୍ୟାଙ୍କ ଲୁଟେରା, ୫ ଲକ୍ଷ ଟଙ୍କା ଜବତ
/sambad/media/post_attachments/wp-content/uploads/2020/07/arrest-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)