ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଖୋଲିଲା ନୂଆ ଜୋନାଲ୍ କାର୍ଯ୍ୟାଳୟ

ଭୁବନେଶ୍ବର: ରୁପାଲି ଛକ ନିକଟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ନୂଆ ଜୋନାଲ୍ କାର୍ଯ୍ୟାଳୟ ଓ ସହିଦନଗର ଶାଖାକୁ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଏ ଏସ୍ ରାଜୀବ ଉଦଘାଟନ କରିଛନ୍ତି। ନୂଆ ଜୋନାଲ୍ କାର୍ଯ୍ୟାଳୟରେ ରିଟେଲ୍‌, କୃଷି ଓ ଏମ୍ଏସ୍‌ଷମଇ କ୍ଷେତ୍ର ଲାଗି ସ୍ବତନ୍ତ୍ର ସୁବିଧା ସହିତ ଗ୍ରାହକମାନେ ସବୁ ପ୍ରକାର ବ୍ୟାଙ୍କିଙ୍ଗ୍‌ ଓ ଆର୍ଥିକ ସେବା ହାସଲ କରିପାରିବେ।

ଏହି ଅବସରରେ ସୂଚନା ଦେଇ ସେ କହିଛନ୍ତି ଯେ ଏକ ମଧ୍ୟମ ଧରଣର ବ୍ୟାଙ୍କ ଭାବେ ଆମର ମୋଟ କାରବାର ୩.୧୫ ଲକ୍ଷ କୋଟି ଟଙ୍କା ରହିଛି। ବ୍ୟାଙ୍କ ୧୧୦.୬୦% ଅଭିବୃଦ୍ଧି ସହ ୩୨୫ କୋଟି ଟଙ୍କାର ନିଟ୍ ଲାଭ ହାସଲ କରିଛି। ବ୍ୟାଙ୍କର ମୋଟ ଏନ୍‌ପିଏ ୪.୭୩ ପ୍ରତିଶତ ଥିବା ବେଳେ ନିଟ୍ ଏନ୍‌ପିଏ ୧.୨୩% ରହିଛି। ଏହି ଅବସରରେ ବ୍ୟାଙ୍କର ଜୋନାଲ ମ୍ୟାନେଜର ବିନୟ କୁମାର କହିଛନ୍ତି ଯେ ଆଜି ସହିଦନଗରରେ ଆମର ୨୬ତମ ଶାଖା ଖୋଲାଯାଇଛି। ଆସନ୍ତା ଜୁନ୍ ସୁଦ୍ଧା ଆମେ ଆଉ ୧୩ଟି ନୂଆ ଶାଖା ଖୋଲିବାକୁ ଯାଉଛୁ।

ସମ୍ବନ୍ଧିତ ଖବର