ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଏହାର ପ୍ରଥମ ତ୍ରୈୟମାସରେ ଖରାପ ଋଣରେ ହ୍ରାସ ଏବଂ ସୁଧ ଆୟରେ ବୃଦ୍ଧି ସହ ଶତକଡା ୯୫ ପ୍ରତିଶତ ଅଭିବୃଦ୍ଧି ହାରରେ ୮୮୨ କୋଟି ଟଙ୍କାର ନେଟ୍ ଲାଭ ସଂଗ୍ରହ କରିଛି। ଯାହା ପୂର୍ବ ବର୍ଷ ଏହି ସମୟରେ ୪୫୨ କୋଟି ଟଙ୍କା ରହିଥିଲା। ବ୍ୟାଙ୍କର ମୋଟ୍ ବ୍ୟବସାୟ ୨୪.୮୪% ବୃଦ୍ଧି ପାଇ ୪,୨୦,୦୪୧ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ଗ୍ରସ୍ ଅଗ୍ରିମ ୨୪.୯୮% ବୃଦ୍ଧି ପାଇ ୧,୭୫,୬୭୬ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ସମୁଦାୟ ଜମା ୨୪.୭୩ % ବୃଦ୍ଧି ପାଇ ୨,୪୪,୩୬୫ କୋଟି ଟଙ୍କାରେ ପହଞ୍ଚିଛି। ବ୍ୟାଙ୍କର ସମୁଦାୟ ଆୟ ବୃଦ୍ଧି ପାଇ ୫,୪୧୭ କୋଟି ଟଙ୍କାରେ ପହଞ୍ଚିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୩,୭୭୪ କୋଟି ଟଙ୍କା ଥିଲା।

Advertisment

ବ୍ୟାଙ୍କର ସୁଧ ଆୟରେ ବୃଦ୍ଧି ଘଟି ଏହା ୪,୭୮୯ କୋଟି ଟଙ୍କାରେ ପହଞ୍ଚିଛି ଯାହା ପୂର୍ବ ବର୍ଷ ଏହି ସମୟରେ ୩,୪୫୭ କୋଟି ଟଙ୍କା ଥିଲା। ବ୍ୟାଙ୍କର ନେଟ୍ ସୁଧ ଆୟ ଶତକଡା ୩୮.୮୦ % ଅଭିବୃଦ୍ଧି ହାର ହାସଲ କରି ୨,୩୪୦ କୋଟି ଟଙ୍କାରେ ପହଞ୍ଚିଛି। ଜୁନ୍ ଶେଷ ସୁଦ୍ଧା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଗ୍ରସ୍ ଏନ୍‌ପିଏ ୨.୨୮% ହ୍ରାସ ପାଇ ସମ୍ପତ୍ତିର ଗୁଣବତ୍ତାରେ ଉନ୍ନତି ପ୍ରଦର୍ଶନ ହୋଇଛି। ଯାହା ପୂର୍ବ ବର୍ଷ ଏହି ସମୟରେ ୩.୭୪% ରହିଥିଲା। ବ୍ୟାଙ୍କର ନେଟ୍ ଏନ୍‌ପିଏ କିମ୍ବା ଅନାଦେୟ ଋଣ ୦.୨୪ %କୁ ହ୍ରାସ ପାଇଛି। ଯାହା ପୂର୍ବ ବର୍ଷ ଏହି ସମୟରେ ୦.୮୮% ରହିଥିଲା। ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ଏସ୍‌ ରାଜୀବ କହିଛନ୍ତି ଯେ, ଚଳିତ ଆର୍ଥିକ ବର୍ଷରେ ବ୍ୟାଙ୍କର ଋଣ ଅଭିବୃଦ୍ଧିରେ ୨୦-୨୨% ବୃଦ୍ଧି ଘଟିବା ବେଳେ ଜମା କ୍ଷେତ୍ରରେ ୧୪-୧୫% ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। କ୍ରେଡିଟ୍ ଅଭିବୃଦ୍ଧି ପାଇଁ ବ୍ୟାଙ୍କ ଟାୟାର-୧ ଓ ଟାୟାର-୨ ବଣ୍ଡ୍ ମାଧ୍ୟମରେ ୨୦୦୦କୋଟି ଟଙ୍କା ବୃଦ୍ଧି କରିବାକୁ ଯୋଜନା କରିଛି। ବ୍ୟାଙ୍କ ୩୦୦୦କୋଟି ଟଙ୍କାର ରିକଭରି ଲକ୍ଷ୍ୟ ରଖିଛି। ବ୍ୟାଙ୍କର ପ୍ରୋଭିଜନ୍ କଭରେଜ ଅନୁପାତ ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୯୮.୩୭%କୁ ବୃଦ୍ଧି ପାଇଛି। ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା ୧୮.୦୭% ଇକ୍ୟୁଟି ଟାୟାର-୧ ଅନୁପାତ ସହିତ ୧୪.୩୬%କୁ ବୃଦ୍ଧି ପାଇଛି।