ଭୁବନେଶ୍ୱର ନନ୍ଦନବିହାର, ବରିମୁଣ୍ଡ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଲୁଟ୍ ଘଟଣାର ଡେମୋ ଦେଖାଇଲା ମାଷ୍ଟରମାଇଣ୍ଡ

ଭୁବନେଶ୍ୱର: କମିସନରେଟ ପୁଲିସ ଭୁବନେଶ୍ୱରର ୨ଟି ବ୍ୟାଙ୍କ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି । ଭୁବନେଶ୍ୱର ବରିମୁଣ୍ଡର ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଓ  ନନ୍ଦନବିହାରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଲୁଟ୍ ଘଟଣାର ମାଷ୍ଟରମାଇଣ୍ଡ ୨୫ ବର୍ଷିୟ ସୌମ୍ୟରଞ୍ଜନ ଜେନାଙ୍କୁ ଗିରଫ କରାଯାଇଛି। ଲୁଟରେ ବ୍ୟବହୃତ ଗାଡ଼ି ଓ ବନ୍ଧୁକ ଜବତ କରିବା ସହ ପୁଲିସ ଅଭିଯୁକ୍ତଠାରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ।

ଗିରଫ ପରେ ଅଭିଯୁକ୍ତ ସୌମ୍ୟରଞ୍ଜନ ବ୍ୟାଙ୍କ ଲୁଟର ଡେମୋ ଦେଖାଇଛି । ସୌମ୍ୟରଞ୍ଜନର ଘର ମଂଚେଶ୍ୱରର ଟାଙ୍ଗିବନ୍ତ ଅଂଚଳରେ ବୋଲି ଜଣାପଡିଛି। ଅଭିଯୁକ୍ତ ତଦନ୍ତକାରୀ ଅଧିକାରୀଙ୍କୁ କେମିତି ଆସିଥିଲା, କେମିତି ବନ୍ଧୁକ ମୁନରେ ଲୁଟ୍ କରିଥିଲା ତାହାର ଡେମୋ ଦେଖାଇଛି । ସେପଟେ ଲୁଟର ଲାଇଭ ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ଲୁଟ୍ କରିବା ପୂର୍ବରୁ ୟୁଟ୍ୟୁବରୁ ଲୁଟର କୌଶଳ ଶିଖିଥିଲା ଅଭିଯୁକ୍ତ।

କମିସନରେଟ୍ ପୁଲିସ କେମିତି ଖେଳନା ବନ୍ଧୁକ ଧରି ସମସ୍ତଙ୍କୁ ଭୟଭୀତ କରାଇ ସେ ଲୁଟ୍ କରୁଥିଲା ତାହାର ସିସିଟିଭି ଭିଜୁଆଲ୍ ନେଇ ଅଧିକ ଖୋଳତାଡ କରୁଛି । ଭୁବନେଶ୍ୱର ବ୍ୟାଙ୍କ ଅଫ ଇଣ୍ଡିଆ ବରିମୁଣ୍ଡ ଶାଖାରୁ ଏବଂ ନନ୍ଦନବିହାର ଇଣ୍ଡିଆନ ଓଭରସିଜ ବ୍ୟାଙ୍କର ଏକ୍ସକ୍ଲୁସିଭ ଚିତ୍ର ହସ୍ତଗତ ହୋଇଛି । ସାମ୍ବାଦିକ ସମ୍ମିଳନୀ କରି ଲୁଟ୍ ଓ ଅଭିଯୁକ୍ତଙ୍କ ସଂପର୍କରେ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ସବିଶେଷ ବିବରଣୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର