ରେଡିଓ ଚକ୍‌ଲେଟ୍‌ରେ ‘ବାପୁ ହେ’

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କର ୧୫୦ ତମ ଜୟନ୍ତୀକୁ ଓଡ଼ିଶାର ନମ୍ବର ୱାନ୍‌ ରେଡିଓ ଚକ୍‌ଲେଟ୍-୧୦୪ ଏଫ୍‌ଏମ୍‌ ଏକ ନିଆରା ଢଙ୍ଗରେ ପାଳନ କରିଛି। ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବାପୁ ହେ’ ଜରିଆରେ ସାରା ଦିନ ଗାନ୍ଧୀଙ୍କ ଜୀବନର କେତେକ ଅନାଲୋଚିତ ଅଧ୍ୟାୟକୁ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରିଛି। ତଥ୍ୟ ଓ ଉପସ୍ଥାପନାର ଦାୟିତ୍ବ ଗୁରୁ ଶତପଥୀ ନେଇଥିବା ବେଳେ ଗୀତିକାର ବିଭୂତି ସ୍ବାଇଁ ବାପୁ ଭୂମିକାରେ ଅଭିନୟ କରିଥିଲେ। ଆର୍‌ଜେ କୋମଲଙ୍କ ‘ସକାଳର ପହିଲି ଗାଡ଼ିରେ’ କାର୍ଯ୍ୟକ୍ରମରେ ବାପୁଙ୍କ ପିଲାଦିନ ଓ ଯୁବାବସ୍ଥାର ଅନୁଭୂତି ଉପସ୍ଥିାପିତ ହୋଇଥିବା ବେଳେ ଆର୍‌ଜେ ଅନୀଲଙ୍କ ‘ଭାଉଜ ନମସ୍କାର’ କାର୍ଯ୍ୟକ୍ରମରେ ବାପୁଙ୍କ ଦାମ୍ପତ୍ୟ ଜୀବନର କଥା ଉପସ୍ଥାପିତ ହୋଇଥିଲା। ଆର୍‌ଜେ ନିଭିଙ୍କ କାର୍ଯ୍ୟକ୍ରମ ‘ତୁମପାଇଁ ଗୀତଟିଏ’ରେ ସଙ୍ଗୀତପ୍ରେମୀଙ୍କ ପାଇଁ ବାପୁଙ୍କ ବାର୍ତ୍ତା ରହିଥିବା ବେଳେ ଆର୍‌ଜେ ଅଭି ଓ ନିଭିଙ୍କ ମିଳିତ ଉପସ୍ଥାପନାରେ କାର୍ଯ୍ୟକ୍ରମ ‘ଦୁଷ୍ଟ ଏଇ ଝିଅକୁ ନେଇ’ରେ ବାପୁଙ୍କ ଜୀବନର କେତେକ ସୁଖଦ ଅନୁଭୂତି ଉପସ୍ଥାପିତ ହୋଇଥିଲା। ଆର୍‌ଜେ ନୀଲଙ୍କ ନିର୍ଦ୍ଦେ‌ଶନାରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ବାପୁ ହେ’ର ଭିଡିଓ ରୂପାନ୍ତର କରାଯାଇଛି। ଏହା ଫେସ୍‌ବୁକ୍‌ ଓ ୟୁ-ଟିୟୁବ୍‌ରେ ଲୋକପ୍ରିୟତା ଅର୍ଜନ କରିଛି।

ସମ୍ବନ୍ଧିତ ଖବର