ଖୋଲିଲା ବାର୍‌ ଓ ରେସ୍ତୋରାଁ

ଭୁବନେଶ୍ୱର : ଏଥର ରେସ୍ତୋରାଁରେ ବସି ଖାଇ ହେବ ଏବଂ ବାର୍‌ରେ ବସି ମଦ ପିଇବାର ମଜା ମଧ୍ୟ ନେଇ ହେବ। ଦୀର୍ଘ ଦିନର କଟକଣା ପରେ ଆଜି ରାଜ୍ୟ ସରକାର ଏହାକୁ କୋହଳ କରିଛନ୍ତି। ଆସନ୍ତାକାଲି ଠାରୁ ଏହି ସୁବିଧା ସମସ୍ତ ବାର ଓ ରେସ୍ତୋରାଁରେ ଉପଲବ୍ଧ ହେବ ବୋଲି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ସଚିନ ଆର ଯାଦବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ରାଜ୍ୟ ହୋଟେଲ ଓ ରେସ୍ତୋରାଁ ସଂଘ ପଶ୍ଚିମ ଓଡ଼ିଶା ହୋଟେଲ ଓ ରେସ୍ତୋରାଁ, ସମ୍ବଲପୁର ହୋଟେଲ ଓ ରେସ୍ତୋରାଁ, ଝାରସୁଗୁଡ଼ା ହୋଟେଲ ଓ ରେସ୍ତୋରାଁ, ରାଉରକେଲା ହୋଟେଲ ଓ ରେସ୍ତୋରାଁକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତେବେ କଣ୍ଟେନମେଣ୍ଟ ଜୋନରେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ବାର୍‌ ଓ ରେସ୍ତୋରାଁର ପରିଚାଳନାଗତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏସଓପି କଡ଼ାକଡ଼ି ପାଳନ କରାଯିବା ପାଇଁ ନିର୍ଦେଶ ରହିଛି। ଏହାକୁ ଉଲ୍ଲଂଘନ କଲେ ରେସ୍ତୋରାଁ ବା ବାର୍‌ ମାଲିକଙ୍କ ଉପରେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳ, ପୌର ଆୟୁକ୍ତ, ଏସପିଙ୍କୁ ମଧ୍ୟ ଅବଗତ କରାଯାଇଛି। ବାର୍‌ ଓ ରେସ୍ତୋରାଁଗୁଡିକ ଯେଭଳି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ପରିଚାଳିତ ହେବେ ସେ ନେଇ ନିଶ୍ଚିତ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି।

ସମ୍ବନ୍ଧିତ ଖବର