ଓକିଲ ସଂଘ ନିର୍ବାଚନ: ଭୁବନେଶ୍ୱରରେ ଧନେଶ୍ବର ସଭାପତି, ତାପସ ସମ୍ପାଦକ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ଧନେଶ୍ବର ମହାନ୍ତି ବିଜୟ ମୁକୁଟ ପିନ୍ଧିଥିବା ବେଳେ ତାପସ କୁମାର ଦାସ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି। ସେହିପରି ଉପସଭାପତି ଭାବେ ଅଞ୍ଜନ କୁମାର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ବେହେରା, ସହ ସମ୍ପାଦକ ପୁଲିନ ମାର୍ଥା ବିଜୟୀ ହୋଇଛନ୍ତି।

କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ୧୦ଜଣ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ପାଇଁ ମନୀଷ ନାୟକ ଓ କାର୍ଯ୍ୟକାରୀ କମିଟିକୁ ୨ଜଣ ମହିଳା ପ୍ରାର୍ଥିନୀ ଜ୍ୟୋତିର୍ମୟୀ ପଣ୍ଡା ଓ ପ୍ରୀତିଜ୍ୟୋତ୍ସ୍ନା ନାଥ ନିନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସମୁଦାୟ ୩ହଜାର ୭ଶହ ୮ଜଣ ଓକିଲ ଭୋଟ୍‌ ଦେବା ପାଇଁ ତାଲିକା ପ୍ରକାଶ ପାଇଥିବା ବେଳେ ସେଥିମଧ୍ୟରୁ ୨ହଜାର ୭ଶହ ୭୮ଜଣ ଭୋଟ୍‌ ଦେଇଥିଲେ। ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା ବୋଲି ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଜଗନ୍ନାଥ ଦାସ ସୂଚନା ଦେଇଛନ୍ତି।

ଜଟଣୀରେ କାହ୍ନୁଚରଣ ସଭାପତି, ଅରୁଣ ସମ୍ପାଦକ

ଜଟଣୀ: ଜଟଣୀ ଲୟର୍ସ ଆସୋସିଏସନ‌୍ ନିର୍ବାଚନରେ ସଭାପତି ଭାବେ କାହ୍ନୁଚରଣ ପ୍ରଧାନ ଓ ସମ୍ପାଦକ ଭାବେ ଅରୁଣ ସାହୁ ନିର୍ବାଚିତ ହୋଇଛନ୍ତି। ସୁଶିଲ କୁମାର ମହାନ୍ତି ଉପସଭାପତି, ଆଶୁତୋଷ ରାୟ ସହ ସଂପାଦକ, ଅରୁଣ କୁମାର ଦାଶ ଯୁଗ୍ମ ସମ୍ପାଦକ, ଶିବ ପ୍ରସାଦ ରଥ ଲାଇବ୍ରେରି ସଂପାଦକ ଓ ରିତେଶ କୁମାର ଶର୍ମା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
କାର୍ଯ୍ୟକାରିଣୀ ସଭ୍ୟ ଭାବେ ସଞ୍ଜୟ କୁମାର ମହାନ୍ତି, ପ୍ରଭୁରାମ ପାତ୍ର, ରବି କୁମାର ପଣ୍ଡା, ଜଟାଧାରୀ ପ୍ରଧାନ, ମଧୁସ୍ମିତା ନାୟକ, ଆଶିଷ କୁମାର ମହାନ୍ତି, ସୁରେଶ କୁମାର ଶର୍ମା ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ଅର୍ଜୁନ ଚରଣ ସାମନ୍ତରାୟ ଓ ଜ୍ୟୋତିଶଙ୍କର ବଳିଆରସିଂହ ନିର୍ବାଚନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର