ବାର୍‌ ଆସୋସିଏସନ୍ ନିର୍ବାଚନ ବନ୍ଦ

ଭୁବନେଶ୍ବର : କରୋନା ପାଇଁ ବାର୍‌ ଆସୋସିଏସନ୍ ନିର୍ବାଚନ ବନ୍ଦ ରହିଛି। ଏ ପରିପ୍ରେକ୍ଷୀରେ ଭୁବନେଶ୍ବର କୋର୍ଟ ପାଇଁ ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ ଅନ୍ତରୀଣ କମିଟି ତିଆରି କରିଛନ୍ତି। ଭୁବନେଶ୍ବର ଓକିଲ ସଂଘର ପୂର୍ବତନ ସଭାପତି ଜାହିଦୁର ରହେମାନ୍ ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ସଦସ୍ୟ ଭାବେ ମଧୁମାଧବ ଜେନା, ତୁଷାରକାନ୍ତି ମହାପାତ୍ର, ସନ୍ତୋଷ କୁମାର ଚୌଧୁରୀ, ଚିତ୍ତରଞ୍ଜନ ଦାଶ, ଆତ୍ମପ୍ରକାଶ ମହାନ୍ତି, କାମଦେବ ତ୍ରିପାଠୀ, ଚିତ୍ତରଞ୍ଜନ ବୈରିସାଲ, ତାପସ ରଞ୍ଜନ ଦାସଙ୍କୁ ବାର୍‌ କାଉନସିଲ ଚୟନ କରିଛନ୍ତି। ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ଏମାନେ ଦାୟିତ୍ବ ତୁଲାଇବେ।

ସମ୍ବନ୍ଧିତ ଖବର