ଭୁବନେଶ୍ୱର: ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଶୁକ୍ରବାର ଓକିଲମାନଙ୍କ ଦ୍ୱାରା ଆନ୍ଦୋଳନ କରାଯାଇଥିଲା। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟର ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରି ଓକିଲମାନେ ଧାରଣା ଦେଇଥିଲେ। ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ୨୦୧୩ ମସିହାରୁ ପ୍ରତିମାସରେ ଏହି ଆନ୍ଦୋଳନ ଚାଲୁ ରହିଛି। ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Advertisment

ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭିମନ୍ୟୁ ସ୍ୱାଇଁ, ସମ୍ପାଦକ ରାଜକିଶୋର ଦାସ, ଅଶୋକ ବଡ଼ପଣ୍ଡା, ରାଜେନ୍ଦ୍ର କୁମାର ଦାସ, ଦିବାକର ମିଶ୍ର, ଅବିନାଶ ମହାନ୍ତି, ଚିତ୍ରସେନ ଶ୍ରୀଚନ୍ଦନ, କୁଲଦୀପ ରାଉତରାୟ, ଅଶୋକ ସାହୁ, ପ୍ରଦୀପ ପାଲ, ଏସ୍‌ଏସ୍ ସୁବୁଦ୍ଧି, ଅନୋଜ ନାୟକ, ଲିଙ୍ଗରାଜ ସାହୁ, କୁନ୍ଦନ ରଥ, ଦେବୀ ବାରିକ୍‌, ବିପିନ୍ ଭୂଷଣ ବଳିଆରସିଂ, ତପନ ନାୟକ, ଅଭିଜିତ ମିଶ୍ର, ସରୋଜ ସାହୁ, ସ୍ୱାଗତିକା ରଥ, ସୁରେଶ ଦାସ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ।