ବରମୁଣ୍ଡା ବ୍ୟବସାୟୀ, କୁଲିଙ୍କ ସମସ୍ୟା ନେଇ ସାଂସଦଙ୍କ ଆଲୋଚନା

ଖଣ୍ଡଗିରି: ବରମୁଣ୍ଡା ବସଷ୍ଟାଣ୍ଡର ବ୍ୟବସାୟୀ ଏବଂ କୁଲିଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିପାଇଁ ସେ ବସଷ୍ଟାଣ୍ଡ ପହଞ୍ଚି ସେମାନଙ୍କ ସ୍ଥିତି ଦେଖିଥିଲେ। ଏ ସଂକ୍ରାନ୍ତରେ ସାଂସଦଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, କରୋନା ଯୋଗୁଁ ଦୀର୍ଘ ମାସ ହେଲା ବସ୍‌ ଚଳାଚଳ ବନ୍ଦ ଥିଲା। ଫଳରେ ଏଠାରେ ଦୋକାନ କରିଥିବା ଦୋକାନୀମାନେ କ୍ଷତିଗ୍ରସ୍ତ ହୋଇଥିଲେ। ଅପରପକ୍ଷେ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ ପାଇଁ ବିନା ଥଇଥାନରେ ଏଠାରେ ଥିବା ୧୧୮ଦୋକାନୀଙ୍କୁ ଉଠିଯିବାକୁ ନିର୍ଦ୍ଦେଶ ହୋଇଛି। ଦୋକାନ ସମ୍ମୁଖରେ ଗାତ ଖୋଳି ଦିଆଯାଉଛି। ଫଳରେ ଗ୍ରାହକ ଦୋକାନୀ ଆସି ପାରୁ ନାହାନ୍ତି। ଏଣେ ଓଏସ୍‌ଆରଟିସି ଘର ଭଡ଼ା ଛାଡ଼ିବାକୁ ଚାହୁଁ ନାହିଁ। କରୋନା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସହାୟତା ରାଶି ସେମାନଙ୍କ ପାଖରେ ପହଞ୍ଚି ନାହିଁ ବୋଲି ଅଭିଯୋଗ ହୋଇଛି। କୁଲିମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର