ବରମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକୋତ୍ସବ

ଭୁବନେଶ୍ବର: ବରମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ତମ ବାର୍ଷିକୋତ୍ସବ ଶନିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ବର ଏମ୍‌ସର ପୂର୍ବତନ ନିର୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର ମୁଖ୍ୟ ଅତିଥି, ରାଜା ମଧୁସୂଦନ ଦେବ ବିଜ୍ଞାନ ଓ ଶିକ୍ଷା କଲେଜର ଅଧ୍ୟକ୍ଷ ଡ. ପ୍ରଶାନ୍ତ ରାଉତ ମୁଖ୍ୟବକ୍ତା, ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦେବ ନାରାୟଣ ପାଲ୍‌ ଓ ଜ୍ଞାନ ମନ୍ଦିରର ଅଧ୍ୟକ୍ଷ ବାବାଜୀ ଚରଣ ରାଉତରାୟ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପରିଚାଳନା କମିଟିର ସମ୍ପାଦକ ରାହାସ ବିହାରୀ ନରେନ୍ଦ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧିତ ଖବର