ବାରଙ୍ଗ ବ୍ଲକ୍‌ସ୍ତରୀୟ ଶିଶୁ ଦିବସ

ବାରଙ୍ଗ: ବାରଙ୍ଗରେ ବ୍ଳକ ସ୍ତରୀୟ ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଜୟନ୍ତୀ ଝୁନ୍‌ଝୁନ୍‌ୱାଲା ବିଦ୍ୟାପୀଠ ପରିସରରେ ପାଳନ କରାଯାଇଛି। ବାରଙ୍ଗ ବ୍ଳକ୍‌ ସହକାରୀ ଶିକ୍ଷା ଅଧିକାରୀ ଭାରତୀ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଳକ ଉନ୍ନୟନ ଅଧିକାରୀ ଶୁଭଶ୍ରୀ ରଥ,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟା ସସ୍ମିତା ସାହୁ, ଶିକ୍ଷାବିତ୍‌ ପ୍ରତାପ ଚନ୍ଦ୍ର ପାଣି ଓ ପ୍ରେମାନନ୍ଦ ସାହୁ ଯୋଗ ଦେଇଥିଲେ। ସରକାରୀ ସୂଚୀ ମୁତାବକ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ବାର୍ତ୍ତା ଶୁଣିଥିଲେ ଓ ଶପଥ ଗ୍ରହଣ କରିଥିଲେ। ପରେ ଛତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ନୃତ୍ୟ ଓ ଗୀତ ପ୍ରତିଯୋଗିତା କରାଯାଇ ସେମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସବିତା ବେହେରା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞନ ବେହେରା ଓ ଶ୍ରୀନିବାସ ରାଉତ।

ସମ୍ବନ୍ଧିତ ଖବର