ବାରଙ୍ଗ: ବାରଙ୍ଗ କଲେଜ ଛକରୁ ମଞ୍ଚେଶ୍ବରକୁ ଆଡ଼କୁ ଥିବା ଦୟା କେନାଲ ବନ୍ଧ ରାସ୍ତାର କଳାଝାରୀ ଗ୍ରାମ ପାଖ ବୁଡ଼ୁ ନଦୀ ପୋଲ ଦୁଇ ଜାଗାରେ ତଳକୁ ଦବି ଯାଇ ଗର୍ତ ସୃଷ୍ଟି ହୋଇଛି। ପୋଲରେ ପ୍ରାୟ ଦୁଇ ଫୁଟ୍ ଚଉଡ଼ାର ଦୁଇଟି ଗାତ ସୃଷ୍ଟି ହୋଇଛି। ପୋଲ ଗଳି ପଡ଼ିବା ସମୟରେ ସୌଭାଗ୍ୟବଶତଃ କେହି ଯାତାୟାତ କରୁନଥିବାରୁ କିଛି ଅଘଟଣ ଘଟିନାହିଁ। ପୁରୁଣା ପୋଲଟି ବିପଦସଂକୁଳ ଅବସ୍ଥାରେ ଥିବାରୁ ସରକାର ଦୁଇ ବର୍ଷ ହେବ ନିକଟରେ ଆଉ ଏକ ପୋଲ ନିର୍ମାଣ ଲାଗି ଟେଣ୍ଡର ଦେଇଛନ୍ତି। ନୂଆ ପୋଲ ନିର୍ମାଣ କାମ ସରି ନଥିବା ବେଳେ ପୁରୁଣା ଦବିଯିବା ଫଳରେ ବାରଙ୍ଗ ଓ ମଞ୍ଚେଶ୍ବର ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସୁବାସ ପାତ୍ର, ସୁଶୀଲ ଭୋଇ ଓ ସ୍ଥାନୀୟ ଲୋକଙ୍କ ସହ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପରିଦର୍ଶନରେ ଆସି ଗମନା ଗମନ ଲାଗି ଅସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
କଳାଝାରୀ ପୋଲରେ ଗର୍ତ ବାରଙ୍ଗ-ମଞ୍ଚେଶ୍ବର ଯାତାୟାତ ଠପ୍
/sambad/media/post_attachments/wp-content/uploads/2019/06/Untitled-15-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)