ବାରଙ୍ଗ: ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣି ପର୍ବ ମଙ୍ଗଳବାର ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟ ରୋଷଣୀରେ ୨୪ଟି ମେଢ଼ ବିସର୍ଜନ କରାଯାଇଥିଲା। ମେଢ଼ଗୁଡ଼ିକ ସକାଳେ ଗ୍ରାମ ପରିକ୍ରମା କରିବା ପରେ ପୂର୍ବାହ୍ନ ୧୧ଟା ସୁଦ୍ଧା ବାରଙ୍ଗ ମୁଖ୍ୟ ରାସ୍ତାରେ ଧାଡ଼ି ବାନ୍ଧିଥିଲେ। ସଂଧ୍ୟା ୬ଟାରେ ସୁସଜ୍ଜିତ ରଙ୍ଗିନ୍ ଆଲୋକମାଳରେ ମେଢ଼ଗୁଡ଼ିକ ଡାକ୍ତରଖାନା ଛକ ଦେଇ ବାରଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଆଡ଼କୁ ଆସିଥିଲେ। ବ୍ଲକ ପଛ ପୋଖରୀରେ ଗୋଟିଗୋଟି କରି ମୂର୍ତ୍ତି ବିସର୍ଜନ କରାଯାଇଥିଲା। ଆଇନ ଶୃଙ୍ଖଳା ରକ୍ଷା ଲାଗି କଟକ ଗ୍ରାମାଞ୍ଚଳ ଏସିପି ଶୁଭେନ୍ଦୁ ସିହ୍ନା, ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କ ତତ୍ତ୍ୱାବଧାନରେ ପୁଲିସ୍ ଅଫିସର ଓ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ପୁରୁଣା ବାରଙ୍ଗଠାରେ ୪୮ମଣ୍ତଳ ତରଫରୁ ମହନ୍ତ କିଶୋର ଚନ୍ଦ୍ର ପାଣି ଅଧିକାରୀ, ଦିଲ୍ଲୀପ କୁମାର ସାମନ୍ତରାୟ ସବୁ ମେଢ଼ ମୁରବିମାନଙ୍କୁ ଫୁଲ ମାଳ ଓ ଭୋଗ ହାଣ୍ତି ଦେଇ ସମ୍ବର୍ଧିତ କରିଥିଲେ। ସେହିଭଳି ବାରଙ୍ଗ ଥାନା ଛକ ପାଖରେ ଆଞ୍ଚଳିକ ଶାନ୍ତି କମିଟି ତରଫରୁ ସମ୍ବର୍ଧନା ସଭା ଆୟୋଜିତ ହୋଇଥିଲା। କମିଟିର କାର୍ଯ୍ୟକାରୀ ସଭାପତି ଅଶୋକ ରାଉତ, ସାଧାରଣ ସମ୍ପାଦକ ସୁରେଶ ମହାନ୍ତି, ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ବାରଙ୍ଗ ଭସାଣି, ମେଲାଣି ନେଲେ ୨୪ ମେଢ଼
/sambad/media/post_attachments/wp-content/uploads/2018/11/Untitled-6-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)