ବାରଙ୍ଗ: ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ ତରଫରୁ ବ୍ଲକ୍ ପାଖ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି। ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ର ବରିଷ୍ଠ ଉପଦେଷ୍ଟା ଡ. କିଶୋର ଚନ୍ଦ୍ର ପାଣି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରକାଶ ଚନ୍ଦ୍ର ପାଣି, ବିଜୟ କୁମାର ପଣ୍ଡା, ପ୍ରଶାସନିକ ସେବା ନିବୃତ୍ତ ଅଧିକାରୀ ମନ୍ମଥ ପାଣି, ସଂଗ୍ରାମ କେଶରୀ ମହାପାତ୍ର, ଗୁରୁ ଚରଣ ଷଡ଼ଙ୍ଗୀ, ବ୍ରହ୍ମାକୁମାରୀ ଆଶ୍ରମର ଅରୁଣା, ମନୋରମା, ନାରାୟଣ ପ୍ରଧାନ, ଅନ୍ତର୍ଯାମୀ ସାହୁ, ବିଷ୍ଣୁ ଚରଣ ପଟ୍ଟନାୟକ, ଆଦିତ୍ୟ ପାଳ, କଳ୍ପନା ହେମ୍ବ୍ରମ ପ୍ରମୁଖ ବୃକ୍ଷରୋପଣ କରିଥିଲେ। ବାରଙ୍ଗ ବ୍ଲକ୍ ‘ସମ୍ବାଦ’ ପ୍ରତିନିଧି ରୁଦ୍ର ନାରାୟଣ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ‘ସମ୍ବାଦ’ ତ୍ରିଶୁଳିଆ ପ୍ରତିନିଧି ସନ୍ତୋଷ କୁମାର ପାଣି ଓ ଦୀପକ କୁମାର ସ୍ୱାଇଁ ସହଯୋଗ କରିଥିଲେ।
ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ
ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ ତରଫରୁ ବ୍ଲକ୍ ପାଖ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଛି। ବାରଙ୍ଗ ‘ସମ୍ବାଦ ସାହିତ୍ୟଘର’ର ବରିଷ୍ଠ ଉପଦେଷ୍ଟା ଡ. କିଶୋର ଚନ୍ଦ୍ର ପାଣି କାର୍ଯ୍ୟକ୍ରମର ଶୁଭାରମ୍ଭ...
/sambad/media/media_files/2025/07/06/mqazxcvfds-2025-07-06-06-44-29.jpg)